ଓଡିଶା

odisha

Almond Benefits: ନିୟମିତ ମୁଠାଏ ଆଲମୋଣ୍ଡ ଯୋଗାଏ ଶକ୍ତି, ଶରୀରପାଇଁ ହିତକାରୀ

By

Published : Nov 22, 2022, 12:52 PM IST

Almond Benefits: ନିୟମିତ ମୁଠାଏ ଆଲମୋଣ୍ଡ ଯୋଗାଏ ଶକ୍ତି, ଦୂର କରେ କ୍ୟାଲୋରୀ

ମେଦବହୁଳତା ଏକ ମୁଖ୍ୟ ସମସ୍ୟା, ଯାହା ନାନା ରୋଗର କାରକ ହୋଇଥାଏ । ମାତ୍ର ମେଦବହୁଳତା ହ୍ରାସ ପାଇଁ କମ୍ ଖାଦ୍ୟ ଖାଇବା ଆଦୌ ଉଚିତ୍ ନୁହେ । କେଉଁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ଓଜନ ନିୟନ୍ତ୍ରଣ ରହିଥାଏ, ଜାଣନ୍ତୁ

ସିଡନୀ(ଅଷ୍ଟ୍ରେଲିଆ): ଓଜନ ହ୍ରାସ କରିବା ବା ଏହାକୁ ନିୟନ୍ତ୍ରଣରେ ରଖିବା ଏକ ମୁଖ୍ୟ ସମସ୍ୟା । ବର୍ତ୍ତମାନର ଯୁବପିଢି ଫ୍ୟାଟ୍ କମାଇବା ପାଇଁ ଜିମ୍ ଯିବା ସହ ବିଭିନ୍ନ ପ୍ରକାର ଡାଏଟ୍ ପ୍ଲାନ୍ ଆପଣାଉଛନ୍ତି । ଅନ୍ୟ କେତେକ ଖାଇବାରେ ମଧ୍ୟ ନିୟନ୍ତ୍ରଣ ଆଣୁଛନ୍ତି, ଯାହା ଶାରୀରିକ ଅସୁସ୍ଥତାର ମୁଖ୍ୟ ସମସ୍ୟା । ତେବେ କେଉଁ ଖାଦ୍ୟ ଖାଇଲେ ଶକ୍ତି ମିଳିବା ସହ ଓଜନ ବୃଦ୍ଧି ହୁଏନି ତାହା ଗୁରୁତ୍ବପୂର୍ଣ୍ଣ । ଏହିପରି ଖାଦ୍ୟ ମଧ୍ୟରୁ ଆଲମୋଣ୍ଡ ଅନ୍ୟତମ ।

ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ମୁଠାଏ ଆଲମୋଣ୍ଡ ଅତିରିକ୍ତ ପାଉଣ୍ଡକୁ ରଖିବାରେ ସାହାଯ୍ୟ କରିଥାଏ(Almonds can help cut calories) । ଆଲମୋଣ୍ଡ କିପରି ଭୋକକୁ ରୋକିଥାଏ ସେ ବାବଦରେ ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ । ଏଥିରୁ ଜଣାପଡିଲା ଯେ, ସକାଳ ସମୟରେ 30-50 ଗ୍ରାମ ଆଲମୋଣ୍ଡ ଖାଇବା ଦ୍ବାରା ପ୍ରତିଦିନ କମ୍ କିଲୋଜୁଲ୍ ଖାଇବାକୁ ଇଚ୍ଛା ହୋଇଥାଏ । ଅର୍ଥାତ୍ ଏହା ଶକ୍ତି ଯୋଗାଇଥାଏ ।

ୟୁରୋପୀୟ ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ସମାନ ଶକ୍ତି ଥିବା କାର୍ବୋହାଇଡ୍ରେଟ୍ ସ୍ନାକ୍ସ ବଦଳରେ, ଆଲମୋଣ୍ଡ ଖାଉଥିଲେ ସେମାନେ ପରବର୍ତ୍ତୀ ଭୋଜନରେ 300 କିଲୋଜୁଲ୍ କମ୍ ଖାଦ୍ୟ ଖାଇଥିଲେ, ଯେଉଁଥିରେ ଅଧିକାଂଶ ଜଙ୍କ ଫୁଡ୍ ଥାଏ । ଏହି ଗବେଷଣା ଓଜନ ପରିଚାଳନା ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥାଏ ବୋଲି ଜଣେ ଅନୁସନ୍ଧାନକାରୀ ଡାକ୍ତର ଶରାହ୍ୟା କାର୍ଟର କହିଛନ୍ତି ।

ଅଧିକ ଓଜନ ଏବଂ ମେଦବହୁଳତା ଜନସ୍ୱାସ୍ଥ୍ୟର ଏକ ପ୍ରମୁଖ ଚିନ୍ତା ଏବଂ ଉତ୍ତମ ହରମୋନାଲ ପ୍ରତିକ୍ରିୟା ମାଧ୍ୟମରେ ଭୋକକୁ ପରିବର୍ତ୍ତନ କରିବା ଓଜନ ପରିଚାଳନାକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଡ. କାର୍ଟର କହିଛନ୍ତି ।

ABOUT THE AUTHOR

...view details