ଓଡିଶା

odisha

ଦୁଇ ଦିନ ପରେ ନୂଆଁଖାଇ, ସୁବର୍ଣ୍ଣପୁରରେ ସରିଆଁ ଧାନ ଅଭାବ

By

Published : Aug 30, 2022, 1:47 PM IST

ସୁବର୍ଣ୍ଣପୁରରେ ସରିଆଁ ଧାନ ଅଭାବ

ସୁବର୍ଣ୍ଣପୁର ଜିଲ୍ଲାରେ ସରିଆଁ ଧାନ ଦେଖିବାକୁ ମିଳୁନାହିଁ । ବେର୍ଣ୍ଣା କିସମର ଚାଷ ଜମିରେ ହେଉଥିବା ଏହି ଦେଶୀ କିସମର ଧାନର ଅଭାବ ଦେଖା ଦେଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସରିଆଁ ଧାନ ଦେଖିବାକୁ ମିଳୁନାହିଁ । ବେର୍ଣ୍ଣା କିସମର ଚାଷ ଜମିରେ ହେଉଥିବା ଏହି ଦେଶୀ କିସମର ଧାନର ଅଭାବ ଦେଖା ଦେଇଛି । ବିଳମ୍ବିତ ମୌସୁମୀ, ଅନିୟମିତ ବର୍ଷା ତଥା ହାଇବ୍ରିଡ କିସମର ଧାନ ବ୍ୟାପକ ପରିମାଣରେ ଚାଷ ହେଉଥିବାରୁ ନୂଆଁଖାଇ ବେଳକୁ ସରିଆଁ ଧାନ ମିଳୁନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏହି ଦେଶୀ କିଶମର ଧାନ ଚାଷକୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି ।

ବେରନାଁରେ ଦେଖିବାକୁ ମିଳୁ ନାହିଁ ସରିଆ ଧାନ

ପଶ୍ଚିମ ଓଡିଶାରେ ଆଉ ଦୁଇ ଦିନ ପରେ ପାଳନ ହେବ ନୂଆଁଖାଇ ପର୍ବ । ପ୍ରତି ଘରେ ଘରେ ପୁରେ ପୁରେ ଅନ୍ନ, କ୍ଷୀରି, ପିଠା ପଣା ସାଙ୍ଗକୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେବ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିବ । ଆଉ ଏଥିପାଇଁ ଆବଶ୍ୟକ ହୁଏ ସରିଆଁ ଧାନ । ହେଲେ ସରିଆଁ ଧାନର ଅଭାବ ଯୋଗୁଁ ଲୋକେ ପୁରୁଣା ଚାଉଳ ସହିତ କେଣ୍ଡାଏ ଦୁଇକେଣ୍ଡା ସରିଆଁ ଧାନର ଚାଉଳ ମିଶାଇ ଏହି ପର୍ବ ପାଳନ କରିବେ । ହାଟରେ ସରିଆଁ ଧାନ ମାଣକୁ ପଚାଶ ତାମ୍ବି ଦେଢଶହ ।

ତେବେ ଅଳ୍ପ କିଛି ସରିଆଁ ଧାନ କିଣି ପୁରୁଣା ଚାଉଳ ମିଶାଇ ନବାର୍ଣ୍ଣ ପର୍ବ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି କରୁଛନ୍ତି । ଆଉ ଏଇ ନୂଆଁଖାଇ ବେଳକୁ ସରିଆଁ ଧାନର ଅଭାବ ପାଇଁ ଚାଷୀ ଦାୟୀ କରିଛି ଜିଲ୍ଲା କୃଷି ବିଭାଗକୁ । ଚାଷୀକୁ ଆବଶ୍ୟକ ପ୍ରତ୍ସୋହନ ଦିଆଗଲେ ସରିଆଁ ଧାନର ଅଭାବ ଦୂର ହୋଇ ପାରିବ ବୋଲି ଚାଷୀ ଦାବି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details