ETV Bharat / state

କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ପ୍ରସଙ୍ଗ, କଣ କହିଲେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ - Health Dept Director On Covishield

author img

By ETV Bharat Odisha Team

Published : Apr 30, 2024, 8:06 PM IST

Updated : Apr 30, 2024, 8:37 PM IST

Health And Family Welfare Dept Director Speaks On Covishield Vaccine Side Effects In State
Health And Family Welfare Dept Director Speaks On Covishield Vaccine Side Effects In State

Health Dept Director On Covishield Side Effect: ଗୋଟେ ପଟେ ସାରା ଦୁନିଆରେ କୋଭିସିଲ୍ଡ଼ ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଚହଳ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏହି ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇଛି କି ନାହଁ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଘଟଣା, କଣ କହିଲେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡ୍ ଟିକାକୁ ନେଇ ଆଷ୍ଟ୍ରାଜେନେକା କମ୍ପାନୀର ସ୍ବୀକାରୋକ୍ତି ପରେ ଲୋକଙ୍କ ମନରେ ଖେଳିଯାଇଛି ଆତଙ୍କ । କମ୍ପାନୀ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ନେବା ଫଳରେ ବିରଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବାର ଅଭିଯୋଗ ମଧ୍ୟ ଆସିଛି । ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ମୋଟ ଆକାରରେ ୮ କୋଟିରୁ ଊର୍ଦ୍ଧ୍ବ ଡୋଜ ଟିକା ଦିଆଯାଇଛି । ଏନେଇ ଲୋକଙ୍କୁ ବିଶେଷ ଭାବରେ ଦୁଇ ପ୍ରକାରର ଟିକା ଦିଆଯାଉଥିଲା । ଗୋଟିଏ କୋଭିସିଲ୍ଡ ଏବଂ ଅନ୍ୟଟି କୋଭାକ୍ସିନ ଟିକା ଦିଆଯାଉଥିଲା । ଏହା ସହ କୋଭିସିଲ୍ଟ ଟିକା ୬କୋଟି ୪୨ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା । ଏହା ସହ ୧କୋଟିରୁ ଅଧିକ ଲୋକଙ୍କୁ କୋଭାକ୍ସିନ ଡୋଜ ଟିକା ଦିଆଯାଇଥିଲା ।

କୋଭିସିଲ୍ଡ ଟିକା ରାଜ୍ୟରେ ଅଧିକ ମାତ୍ରାରେ ଦିଆଯାଇଛି । ଏହାରି ମଧ୍ୟରେ ରିଆକ୍ସନ ବହୁତ କମ ରହିଛି । ତେବେ ରାଜ୍ୟରେ ଟିକାର ୧୬୬୯ଟି ମାଇନର ରିଆକ୍ସନ ରହିଛି । ଯାହା ତଥ୍ୟ ଆସୁଛି ଆଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକାର ଟ୍ରମ୍ବୋସିସ୍‌ ସହ ଟ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍‌) କୁହାଯାଉଛି । ଯେଉଁଥିରେ ଏହି ଟିକା ଦେଲେ ଶରୀରରେ ପ୍ଲେଟଲେଟ କମିଯିବାର ସମ୍ଭାବନା ଅଧିକ । ସାଧାରଣ ଭାବରେ ଶରୀରରେ ସମସ୍ତ ଅଙ୍ଗକୁ ରକ୍ତ ସଞ୍ଚାଳନକୁ ବନ୍ଦ କରିଦେବ । ବିଶେଷ ଭାବରେ ବ୍ରେନ୍ ଷ୍ଟ୍ରୋକ ଏବଂ ହାର୍ଟକୁ ଶୀଘ୍ର ପ୍ରଭାବିତ କରିବ। ଭଳି ଆମ ରାଜ୍ୟରେ ସେଭଳି କୌଣସି ଘଟଣା ଘଟି ନାହିଁ । ଗୋଟିଏ ମିଲିୟନ ଡୋଜରେ ୦.୦୬ ଲୋକ ଲକ୍ଷଣ ଦେଖାଯିବ । ଆଜି ପର୍ଯ୍ୟନ୍ତ ଗୋଟିଏ ବି ଲୋକ ନଜରକୁ ଆସିନାହାଁନ୍ତି । ଯେଉଁମାନେ କୋଭିଡରେ ମୃତ୍ୟୁ ଘଟିଛି ସେମାନଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି । ପୂର୍ବରୁ ମଧ୍ୟ ଭାରତ ସରକାର ଏନେଇ ସତର୍କ କରାଇଥିଲେ । ଏନେଇ ରାଜ୍ୟ ସରକାର ମଧ୍ୟ ଟିକା ଦେବା ସମୟରେ ତଦାରଖ କରୁଥିଲେ । କାହାକୁ କଣ ଅସୁବିଧା ହେଲା କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ନଜର ଦିଆଯାଇଥିଲା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଏହା ବି ପଢନ୍ତୁ- କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର

ସୂଚନାଯୋଗ୍ୟ ଯେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତ ଭାବେ ବିକଶିତ ଟିକା ବିଶ୍ବରେ କୋଭିସିଲ୍‌ଡ ଏବଂ ଭାକ୍ସଜେଭରିଆ ଆଦି ବ୍ରାଣ୍ଡ ନାମରେ ବିକ୍ରି ହୋଇଥିଲା । ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନୀ ଟିକା ଉତ୍ପାଦନ କରିଥିଲା । ଉକ୍ତ କମ୍ପାନୀର ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ଅସୁସ୍ଥତା ଏବଂ ମୃତ୍ୟୁ ଦେଖାଦେଇଛି ବୋଲି ବ୍ରିଟେନ ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ଅନେକ ପରିବାର ଅଦାଲତରେ ଅଭିଯୋଗ କରିଥିଲେ ଆଷ୍ଟ୍ରାଜେନେକା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦ୍ବାରା ସାଂଘାତିକ ସମସ୍ୟା ଦେଖାଦେଉଛି । କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଟିକା ଯୋଗୁଁ ବିରଳ ରୋଗ ଦେଖାଦେଇଛି କିମ୍ବା ଏଥିରେ ମୃତ୍ୟୁ ହୋଇଥିବା ବିଷୟକୁ କମ୍ପାନି ସ୍ବୀକାର କଲେ ଏଥିପାଇଁ ମୋଟା ଅଙ୍କର ଅର୍ଥରାଶି ପୈଠ କରିବାକୁ ପଡ଼ିପାରେ । ଏହି ସ୍ବୀକାରୋକ୍ତି ସହିତ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଟିକାରେ ବ୍ୟାପକ ତ୍ରୁଟି ରହିଛି ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ଏହାକୁ ଅତିରଞ୍ଜିତ କରାଯାଉଛି ବୋଲି କମ୍ପାନୀ କହିଛି ।

ଇଟିଭି ଭାରତ, ଭୁୁବନେଶ୍ବର

Last Updated :Apr 30, 2024, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.