ଓଡିଶା

odisha

ପିଏନବି ବ୍ୟାଙ୍କ ମ୍ୟାନେଜର ହତ୍ୟା ଘଟଣା, ବନ୍ଧାହେଲେ ୨ ଅଭିଯୁକ୍ତ

By

Published : Dec 5, 2022, 4:02 PM IST

ପିଏନବି ବ୍ୟାଙ୍କ ମ୍ୟାନେଜର ହତ୍ୟା ଘଟଣା

ବରଗଡ ଜିଲ୍ଲା ବରପାଲି ପିଏନବି ବ୍ୟାଙ୍କ ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାସ କରିଲା ପୋଲିସ । ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର:ବରଗଡ ଜିଲ୍ଲା ବରପାଲି ପିଏନବି ବ୍ୟାଙ୍କ ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ରଙ୍କ ମୃତ୍ୟୁ ଘଟଣାର ୪ମାସ ପରେ ଘଟଣା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇପାରିଛି ପୋଲିସ । ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ପଛରେ ବ୍ଲାକମେଲ୍‌ କାହାଣୀ ରହିଥିବା ନେଇ ଫର୍ଦ୍ଦାଫାସ କରିଛି ପୋଲିସ । ଏହାସହ ରାଜସ୍ଥାନ ଅଲୱର ସହରର ଦୁଇଜଣ ସାଇବର ଅପରାଧୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଆଦିଲ ଓ ମେହେବୁବ ।

ପିଏନବି ବ୍ୟାଙ୍କ ମ୍ୟାନେଜର ହତ୍ୟା ଘଟଣା

ସୂଚନା ଅନୁସାରେ, ଗତ ସେପଟେମ୍ବର 13 ତାରିଖରେ ଡୁଂଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ନିକଟସ୍ଥ ଅଂଗନଦୀରେ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର । ତେବେ ପରିବାର ହସ ଖୁସିରେ ଚାଲିଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିଥିଲେ ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଦିବ୍ୟ ରଂଜନଙ୍କୁ ଅପରାଧୀମାନେ ଲାଇଭ କଲ କରି ନଗ୍ନ ଚିତ୍ର ଉତ୍ତୋଳନ କରି ଟଂକା ଆଦାୟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଦିବ୍ୟ ରଂଜନଙ୍କ ପାଖରୁ 26 ଲକ୍ଷରୁ ଅଧିକ ଅର୍ଥ ଠକି ନେବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ, କହିଲେ CBI ତଦନ୍ତ ହେଉ

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଦଳ ଏହାର ଅନୁସଂଧାନ କରି ରାଜସ୍ଥାନରୁ ଦୁଇ ସାଇବର ଅପରାଧୀଙ୍କୁ ଗିରଫ କରିବା ସହିତ ଦିବ୍ୟ ରଂଜନଙ୍କ ପାଖରୁ ଆଦାୟ କରିଥିବା ଟଙ୍କାରେ କିଣାଯାଇଥିବା ଏକ ଚାରିଚକିଆ ଯାନ ଓ ଏକ ମୋବାଇଲ ଫୋନକୁ ଜବତ କରିବାରେ ପୋଲିସ ସଫଳ ହୋଇଛି । ସାଇବର ଅପରାଧୀ ଦ୍ବୟ ରାଜସ୍ଥାନ ଅଲୱର ସହରର ମେହେବୁବ ଓ ଆଦିଲ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଆଜି ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୂଚନା ଦେବା ସହିତ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ତାର ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details