କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ, କହିଲେ CBI ତଦନ୍ତ ହେଉ

author img

By

Published : Dec 5, 2022, 1:11 PM IST

Updated : Dec 5, 2022, 3:51 PM IST

କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ପ୍ରଡକ୍ସନ ପିଟିସନ ଆଧାରରେ ଭୁବନେଶ୍ୱର କୋର୍ଟରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା ନାଗ । ହାଜର ସମୟରେ କୋର୍ଟରେ କାନ୍ଦି ପକାଇଲେ ଅର୍ଚ୍ଚନା । କହିଲେ କୁଆଡ଼େ ଗଲେ ସୋ-କଲ୍ଡ ଭିିକ୍ଚିମ ? ଅଧିକ ପଢନ୍ତୁ

ଭୁବନେଶ୍ବର: ହାଇପ୍ରୋଫାଇଲ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜଣକ ପରେ ଜଣକୁ ସମନ ଜାରି କରି ସତ ଓଗାଳୁଛି । ଅର୍ଚ୍ଚନା ନାଗ ମାମଲାରେ ଶେଷରେ ଇଡିକୁ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୋଲିସ। ମନିଲଣ୍ଡରି ଆକ୍ଟ କେସ ଆଧାରରେ ବର୍ତ୍ତମାନ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ । ରିମାଣ୍ଡରେ ନେଇ ନାଗଫାଶର ଗୁମର ଖୋଲିପାରେ ED ।

ଅର୍ଚ୍ଚନା ନାଗ

ତେବେ କୋର୍ଟରେ ହାଜର ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭୁବନେଶ୍ବର DCPଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ବ୍ଲାକମେଲର କୁଇନ ଅର୍ଚ୍ଚନା । ଅର୍ଚ୍ଚନା କହିଛନ୍ତି, "ଅକ୍ଟୋବର 4 ବାଲିଅନ୍ତାରେ କାହିଁକି ରଖିଥିଲେ 3 ଦିନ । ଥାନାର ସିସିଟିଭି ଯାଞ୍ଚ କର । ଅକ୍ଷୟ ପରିଜାଙ୍କଠୁ ଟଙ୍କାଟିଏ ମଧ୍ୟ ନେଇନି । ମୋତେ ଫସାଇ ଦେଇଛନ୍ତି । କେଉଁମାନେ ଫସାଇଛନ୍ତି ଆପଣମାନେ ଖୋଜି ବାହାର କରନ୍ତୁ । ଯଦି ମୁଁ ଅନ୍ୟାୟ କରିଛି ଆପଣମାନଙ୍କ ସୋ କଲ୍ଡ ଭିକ୍ଟିମ୍‌ କାହିଁକି ଲୁଚୁଛନ୍ତି?"

ଏହା ମଧ୍ୟ ପଢନ୍ତୁ: Gujarat Poll Phase 2: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରଡକ୍ସନ ପିଟିସନ ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହାଜର ହୋଇଛନ୍ତି ଲେଡି ବ୍ଲାକମେଲର । ଏନେଇ ଝାରପଡା ଜେଲରୁ ସ୍ବତନ୍ତ୍ର ଏସକର୍ଟ ଜରିଆରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ସମୟରେ କାନ୍ଦି ପକାଇଥିଲେ ଅର୍ଚ୍ଚନା । ଏନେଇ ଇଡି କରିଥିବା PMLA କେସ ଆଧାରରେ ଅଭିଯୁକ୍ତ ଅଛନ୍ତି ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରା । ତେବେ ପୂର୍ବରୁ ଖଗେଶ୍ବରକୁ ଗିରଫ କରି ୧୩ଦିନ ରିମାଣ୍ଡ ପଚରାଉଚରା ପରେ ଝାରପଡା ଜେଲରେ ଅଛନ୍ତି ଖଗେଶ୍ବର । ହେଲେ ଏହି କେସରେ୧୫ଜଣଙ୍କୁ ସମନ କରାଯାଇଥିବା ବେଳେ ଏଯାବତ ୮ଜଣଙ୍କୁ ପଚରା କରିସାରିଛି ଇଡି ।

ସୂଚନାଅନୁସାରେ, ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର 6 ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିଲେ । କିନ୍ତୁ ଗିରଫର ୩ ଦିନ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନଥିଲା ପୋଲିସ । ଏହାପରେ ଅକ୍ଟୋବର ୯ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ଡିସିପି । ତେବେ ଅର୍ଚ୍ଚନାଙ୍କୁ ଗିରଫ କରିବାର ୩ ଦିନ ପର୍ଯ୍ୟନ୍ତ କାହିଁକି ପୋଲିସ ଚୁପ ରହିଥିଲା ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଆଜି ଅର୍ଚ୍ଚନା ଦେଇଥିବା ବୟାନକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ସତରେ ଅର୍ଚ୍ଚନାଙ୍କୁ ଫସାଇ ଦିଆଯାଇନି ତ ? ଅର୍ଚ୍ଚନାଙ୍କୁ ଫସାଇବା ପଛରେ ପୋଲିସ ନୁହଁ ତ ? ସବୁ ଜିନିଷର ସିବିଆଇ ତଦନ୍ତ ହେଉ ବୋଲି କହିଲେ ଅର୍ଚ୍ଚନା ନାଗ । ତଦନ୍ତ ହେଲେ ସତ ସାମ୍ନାକୁ ଆସିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 5, 2022, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.