ଓଡିଶା

odisha

ଠିକାଦାରଙ୍କ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ପୀଡିତା

By

Published : Oct 18, 2021, 7:23 PM IST

ଠିକାଦାରଙ୍କ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ପୀଡିତା
ଠିକାଦାରଙ୍କ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ପୀଡିତା ()

ରାସ୍ତାରେ ଯାତାୟତ ସମୟରେ ଯୁବକଙ୍କ ସମେତ ପତ୍ନୀଙ୍କୁ ଠିକାଦାରଙ୍କ ଆକ୍ରମଣ । ତେବେ ଏହି ଘଟଣାରେ ପୋଲିସ ଅଭିଯୋଗକୁ ଗ୍ରହଣ କରି ଚୁପ୍ ବସିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା ମହିଳା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର:ଜିଲ୍ଲାରେ ଦେଖିବାକୁ ମିଳିଛି ଠିକାଦାରଙ୍କ ଦାଦାଗିରି । ରାସ୍ତାରେ ଯା' ଆସବେଳେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ଠିକାଦାର । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୋଗକୁ ଗ୍ରହଣ ନକରିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଉ ଏହି ଘଟଣାରେ ଲୋକେ ବାଧ୍ୟ ହୋଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ସୂଚନାନୁସାରେ ବୀରମହାରାଜପୁରରୁ ଖଣ୍ଡହଥା ରାସ୍ତାରେ ବ୍ରିଜ କାମ ଚାଲିଥିବାବେଳେ ତା ପାଖକୁ ଲାଗି କରି ଚୌକା ଜୋର ନାମକ ଏକ ନାଳ ଥିବାରୁ ଲୋକେ ଯା' ଆସ ବେଳେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଠିକାଦାରଙ୍କ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ପୀଡିତା

ସେପଟେ ଏହି ରାସ୍ତା ଦେଇ ବରଘାଟ ଗାଁର ଉତ୍ତମ ବିଶ୍ବାଳ ନିଜ ପରିବାର ସହ ବାଇକ ଯୋଗେ ଯାଉଥିବା ସମୟରେ ସାମ୍ନାପଟୁ ଏକ 10 ଚକିଆ ଟ୍ରକ ଆସିଯିବାରୁ ସେ ରାସ୍ତା ଉପରେ ଅଟକି ଯାଇଥିଲେ । ଆଉ ଠିକ୍ ସମୟରେ ଠିକାଦାର କୃତିବାସ ମିଶ୍ର ନିଜ ଚାରି ଚକିଆ ଯାନରେ ଯାଉଥିବା ସମୟରେ ଉତ୍ତମଙ୍କ ବାଇକ ସହ ଧକ୍କା ଦେଇଥିଲା । ଏତିକିରେ ଠିକାଦାର ଜଣକ ଉତକ୍ଷିପ୍ତ ହୋଇ ଉତ୍ତମକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ତାଙ୍କ ପତ୍ନୀ ଠିକାଦାରଙ୍କୁ ନେହୁରା ହୋଇଥିଲେ ହେଁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ତେବେ ଘଟଣାସ୍ଥଳରେ ଠିକାଦାର ଜଣକ ମଦ୍ୟପାନ କରି ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ଆଣିଛନ୍ତି । ସେପଟେ ଉତ୍ତମଙ୍କ ପତ୍ନୀ ସୁବଳୟା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ହେଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାବେଳେ ଓଲଟା ଠିକାଦାର ଜଣକ ଉତ୍ତମଙ୍କ ନାମରେ ଚୋରି କେସ ଦେଇଥିବା ଜଣାପଡିଛି ।

ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି ଉତ୍ତମଙ୍କ ପତ୍ନୀ ଓ ଗାଁର ମହିଳାମାନେ । ତେବେ ଧନୀକ ଶ୍ରେଣୀର ଠିକାଦାରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଥିବାବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details