ସମ୍ବଲପୁର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟିଲେ ଉଚ୍ଚ ପ୍ରାଥମିକ ସ୍କୁଲରେ କାର୍ଯ୍ୟ କରୁଥିବା ପାର୍ଟ ଟାଇମ ଆର୍ଟ ଇନଷ୍ଟ୍ରକ୍ଟର ତଥା ସାମୟିକ କଳା କ୍ରୀଡା ଶିକ୍ଷକ। ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟତଃ ଦରମା ପ୍ରଦାନରେ ଅନିୟମିତତା ନେଇ ଅଭିଯୋଗ କରିଛନ୍ତି ।
ଦରମା ଅନିୟମିତତା ସମସ୍ୟା ନେଇ DEO ଙ୍କୁ ଭେଟିଲେ ସାମୟିକ କଳା କ୍ରୀଡା ଶିକ୍ଷକ ସମ୍ବଲପୁର ଜିଲ୍ଲାର ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକରେ 2013 ରୁ ସ୍ଥାନୀୟ ଅଞ୍ଚଳର କଳାକାରମାନେ ନିଜର ଯୋଗ୍ୟତା ଭିତ୍ତିରେ ସାମୟିକ କଳା ଓ କ୍ରୀଡା ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଏହି ଶିକ୍ଷକମାନେ ମାସିକ ମାତ୍ର 5000 ଟଙ୍କା ଦରମା ପାଉ ଥିବାବେଳେ ଏଥିରେ ମଧ୍ୟ ଅନିୟମିତତା ଲାଗି ରହିଛି । ଏହା ସହ ଏହି ଶିକ୍ଷକମାନଙ୍କୁ ଶିକ୍ଷା ଦାନ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ କରାଯିବା ସତ୍ତ୍ବେ ଦରମା ଠିକ ଭାବେ ମିଳୁନଥିବା ଅଭିଯୋଗ ହୋଇଛି । ଏହିସବୁ ସମସ୍ୟାର ସମାଧାନ ପାଇଁ ଆଜି ଏହି ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ