ଓଡିଶା

odisha

ଆସନ୍ତା 17ରୁ ବିଜେପିର ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ

By

Published : Sep 15, 2021, 9:58 PM IST

ସେପ୍ଟେମ୍ବର 17ରୁ ଅକ୍ଟୋବର 7 ଯାଏଁ ବିଜେପିର ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ

ସମ୍ବଲପୁର କଚେରୀ ରୋଡ଼ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅଧିକ ପଢନ୍ତୁ...

ସମ୍ବଲପୁର: ସ୍ଥାନୀୟ କଚେରୀ ରୋଡ଼ସ୍ଥିତ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଅବସରରେ ଆସନ୍ତା 17 ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରୁ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଗ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର 17ରୁ ଅକ୍ଟୋବର 7 ଯାଏଁ ବିଜେପିର ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ
ଆସନ୍ତା ସେପ୍ଟେମ୍ବର 17ରୁ ଅକ୍ଟୋବର 7 ପର୍ଯ୍ୟନ୍ତ 20 ଦିନ ଧରି ରାଜ୍ୟରେ ବିଜେପି ପକ୍ଷରୁ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ । ଏଥିରେ ଜିଲ୍ଲା ତଥା ଉପଖଣ୍ଡସ୍ତରରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ବୃକ୍ଷ ରୋପଣ, ପୋଖରୀ ସଫେଇ, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ସଫେଇ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୁଖୀ ଯୋଜନା ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ସହ ଆଲୋଚନା କରି ସଚେତନ କରାଯିବ । ଏହି 20 ଦିନର ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ଜରିଆରେ ବିଜେପି ଯୁବ ମୋର୍ଚ୍ଚା ଗାଁ ଗାଁକୁ ଯାଇ ବିଭିନ୍ନ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି। ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details