ଓଡିଶା

odisha

ରାୟଗଡା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି, CCTVରେ କଏଦ ହେଲା ଅପହରଣ ଦୃଶ୍ୟ

By

Published : Sep 23, 2022, 12:29 PM IST

child theft in district hospital in rayagada

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁପୁତ୍ର ଚୋରି ହେବାର 4 ଘଣ୍ଟା ପରେ ଉଦ୍ଧାର । କେହି ଅଜଣା ବ୍ୟକ୍ତି ଶିଶୁକୁ ଅପହରଣ କରି ନେଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଧିକ ପଢ଼ନ୍ତୁ

ରାୟଗଡ଼ା:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଚୋରି ହେବାର ୪ ଘଣ୍ଟା ପରେ ଉଦ୍ଧାର । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୭ ମାସ ବୟସର ଶିଶୁଚୋରି ହୋଇଥିଲା । ଜଣେ ବ୍ୟକ୍ତି ଚିକିତ୍ସାଳୟ ପରିସରରୁ ଚିକିତ୍ସାପାଇଁ ଆସିଥିବା ଶିଶୁପୁତ୍ରକୁ ଚୋରିକରି ନେଇଥିଲା । ତେବେ ଦୀର୍ଘ ୪ ଘଣ୍ଟା ପରେ ଦୁଇଜଣ ମହିଳା ଚୋରି ହୋଇଥିବା ଶିଶୁପୁତ୍ରକୁ ଚିକିତ୍ସାଳୟ ଆଣି ହସ୍ତାନ୍ତର କରିଛନ୍ତି । ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚୋରି ଶିଶୁ ଉଦ୍ଧାର

ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ବ୍ଲକ ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ବାଲେଷର ଗ୍ରାମର ପେଶୁ ହିକକା ଓ ଅଳତି ହିକକା ନିଜର ୩ ବର୍ଷ ବୟସର ପୁଅ ରୁନାରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସାଥିରେ ତାଙ୍କ ୭ ମାସ ବୟସର ଶିଶୁପୁତ୍ରକୁ ମଧ୍ୟ ଆଣିଥିଲେ । ଚିକିତ୍ସାଳୟରେ ଭର୍ତ୍ତକରି ରୁନାର ଚିକିତ୍ସା କରାଯାଉଥିଲା । ଏଥିସହ ୭ ମାସର ପୁତ୍ର ମଧ୍ୟ ମାଆ ଅଳତିଙ୍କ ପାଖରେ ରହିଥିଲା । ବାପା ପେଶୁ ନିଜ ଘରକୁ ଯାଇଥିଲେ ଏବଂ ଅଳତି ଏକୁଟିଆ ମେଡିକାଲରେ ରହିଥିଲେ । ବଡ଼ ପୁଅ ପାଖରେ ଶିଶୁଟିକୁ ବସାଇ ମାଆ ଶୌଚାଳୟ ଯାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ:ରାୟଗଡା ଜିଲ୍ଲାପାଳଙ୍କୁ ଘେରାଉ ମାମଲା, ୪୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଶିଶୁକୁ ଧରି ଚାଲିଯାଇଥିଲେ । ଅତି ଚତୁରତାର ସହ ଚିକିତ୍ସାଳୟର ତୃତୀୟ ମହଲାରୁ ଶିଶୁକୁ ଉଠାଇ ଆଣି ବାହାରକୁ ଚାଲି ଆସିଥିଲେ । ହଠାତ୍‌ ଆସି ଦେଖିବାକୁ ପୁଅକୁ ନପାଇ ଚିକିତ୍ସାଳୟରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷ ରାୟଗଡ଼ା ଥାନାକୁ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସର ଗୋଟିଏ ଟିମ ଚିକିତ୍ସାଳୟ ଆସି ତନାଘନା କରିବାବେଳେ ଆଉ ଦୁଇଟି ଟିମ୍‌ ସମଗ୍ର ସହରରେ ଛାନଭିନ ଜାରି ରଖିଥିଲେ । ସେହିଭଳି ଆଖପାଖ ଶେଷଖାଲ, ଚାନ୍ଦିଲି ଓ ଟିକିରି ଥାନାକୁ ମଧ୍ୟ ଖବର ଦିଆଯାଇଥିଲା । ହେଲେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୁଇଜଣ ମହିଳା ଶିଶୁପୁତ୍ରକୁ ଆଣି ମେଡିକାଲରେ ହସ୍ତାନ୍ତର କରିଥିଲେ । ଉକ୍ତ ଦୁଇଜଣ ମହିଳାକୁ ନେଇ ପୋଲିସ ପଚରାଉଚରା କରୁଛି । ତେବେ ସେମାନେ କେଉଁଠାରୁ ଶିଶୁକୁ ପାଇଲେ ତାହା ଜଣାପଡିନାହିଁ । କିନ୍ତୁ ଉକ୍ତ ମହିଳାଙ୍କ ଘର ରାୟଗଡା ସହରରେ ପୋଲିସ ଜାଣିବାକୁ ପାଇଛି । ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି ।

ପ୍ରକାଶ ଥାଉକି, ଗତ କିଛିଦିନ ପୁର୍ବେ ଅନୁରୂପ ଭାବେ ବିଷମକଟକ ସ୍ଥିତ ଏକ ଘରୋଇ ମେଡିକାଲରୁ ଶିଶୁପୁତ୍ର ଚୋରି ହୋଇଥିଲା । ଦୀର୍ଘ ୩ ଘଣ୍ଟା ପରେ ଚାଟିକଣା ଠାରୁ ଉଦ୍ଧାର ହୋଇଥିଲା । ଜଣେ ମହିଳା ଶିଶୁକୁ ଚୋରି କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details