ଓଡିଶା

odisha

ପଞ୍ଚାୟତ ନିର୍ବାଚନ: ପୁରୀ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

By

Published : Jan 17, 2022, 5:36 PM IST

ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ନିର୍ବାଚନ ଲାଗି ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏନେଇ ଆଜି ପୁରୀ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଅଧିକ ପଢନ୍ତୁ

odisha panchayat election mood at puri
ପଞ୍ଚାୟତ ନିର୍ବାଚନ; ପୁରୀ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ପୁରୀ:ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ନିର୍ବାଚନ ଲାଗି ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ । ଏନେଇ ଆଜି ପୁରୀ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ।

ତେବେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ 268ଟି ପଞ୍ଚାୟତ, 33 ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ହେବ । ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ମଧ୍ୟ ହେବ ।

ପଞ୍ଚାୟତ ନିର୍ବାଚନ; ପୁରୀ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ୱାର୍ଡ ମେମ୍ବର୍ ଓ ସରପଞ୍ଚ ନିଜସ୍ବ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିବେ। ସମିତି ସଭ୍ୟ ବିଡିଓଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ। ସେହିପରି ଜିଲ୍ଲା ପରିଷଦ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ହେବ।

17 ରୁ 21 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରହିଛି । ଏଥିସହ 25ରେ ଚୂଡାନ୍ତ ପ୍ରର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ହେବ। ନିର୍ବାଚନ ପ୍ରଚାର ନିୟମ ନେଇ ସଚେତନ କରାଯାଉଛି। ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details