ଓଡିଶା

odisha

ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର, ଖଟିଆରେ ବୁହା ହେଲେ ବୃଦ୍ଧା

By

Published : Aug 17, 2022, 7:16 AM IST

old woman carried on cot in nuapada
ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର, ଖଟିଆରେ ବୁହାହେଲେ ବୃଦ୍ଧା ()

ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ବୃଦ୍ଧା । ଅଧିକ ପଢ଼ନ୍ତୁ

ନୂଆପଡ଼ା: ସ୍ବାଧୀନତାକୁ ୭୫ ବର୍ଷ ପୂରିଛି । ବିକାଶ କ୍ଷେତ୍ରରେ ବାଃ ବାଃ ନେଉଛନ୍ତି ସରକାର । ହେଲେ ତୃଣମୂଳସ୍ତରରେ ବିକାଶର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ୮୦ ବର୍ଷୀୟ ବୃଦ୍ଧା । ନୂଆପଡା ଜିଲ୍ଲା ବ୍ରାହ୍ମଣ ପଡା ଗାଁରେ ସ୍ବାସ୍ଥ୍ୟସେବାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ।

ଖଟିଆରେ ବୁହାହେଲେ ବୃଦ୍ଧା

ବ୍ରାହ୍ମଣ ପଡା ଗ୍ରାମର 80 ବର୍ଷୀୟା ବୃଦ୍ଧା ସପୁରୀ ମାଝୀ ବାତ ରୋଗରେ ପୀଡିତ । ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ସମ୍ପର୍କୀୟ ଫୋନ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଆସି ବେଳରୁଣୀ ପଡା ଠାରୁ ଦୀର୍ଘ 2 କିଲୋମିଟର ଦୂରତା ବ୍ରାହ୍ମଣ ପଡା ଠାରେ ଅଟକି ଯାଇଥିଲା । ଯାହାଫଳରେ ବୃଦ୍ଧାଙ୍କୁ ସମ୍ପର୍କୀୟ ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ଦୀର୍ଘ 4ରୁ5 ଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଥିଲେ ବୃଦ୍ଧା ।

ସରକାର ଗ୍ରାମାଞ୍ଚଳର ବିକାଶ ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇଛନ୍ତି । ଲୋକେ ପକ୍କା ରାସ୍ତା ପାଇଁ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଫଳରେ କାଦୁଅ ପଚପଚ ରାସ୍ତାରେ ବିପଦଜ୍ଜନକ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ । ଏହି ଘଟଣାକୁ ନେଇ ବିଜେପି ନେତା କହିଛନ୍ତି," ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯାଉ । ନଚେତ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ।" ଅପରପକ୍ଷେ ସମ୍ପର୍କରେ ସିନାପାଲି ବ୍ଲକ ଉପାଧ୍ୟକ୍ଷଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ଅବଗତ କରି ରାସ୍ତା ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details