ଓଡିଶା

odisha

ଭିଜିଲାନ୍ସ ଜାଲରେ ନୂଆପଡ଼ା ପ୍ରାଣୀଧନ ଚିକିତ୍ସା ଅଧିକାରୀ

By

Published : Aug 8, 2021, 10:14 AM IST

ଭିଜିଲାନ୍ସ ଜାଲରେ ନୂଆପଡ଼ା ପ୍ରାଣୀଧନ ଚିକିତ୍ସା ଅଧିକାରୀ

ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଗିରଫ । ଅଧିକ ପଢନ୍ତୁ...

ନୂଆପଡ଼ା: ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଗିରଫ । 2ଲକ୍ଷ 77 ହଜାର ଟଙ୍କା ନେଇ ଚାରିଚାକିଆ ଗାଡି ଯୋଗେ ନିଜ ଗ୍ରାମକୁ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ନୂଆପଡାରେ ଦିନକୁଦିନ ଦୁର୍ନୀତି ଅନ୍ୟାୟ ଲାଞ୍ଚ କାରବାର ବୃଦ୍ଧି ପାଉଥିବାବେଳେ ଭିଜିଲାନ୍ସ ବିଭାଗ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ।

ଭିଜିଲାନ୍ସ ଜାଲରେ ନୂଆପଡ଼ା ପ୍ରାଣୀଧନ ଚିକିତ୍ସା ଅଧିକାରୀ

ଗତକାଲି(ଶନିବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣି ପ୍ରତିମା ଦାସ 10ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡିଥିବାବେଳେ, ଆଜି ପୁଣି ଭିଜିଲାନ୍ସ ହାତରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ତ୍ରିଲୋଚନ ଧଳ ଧରାପଡିଛନ୍ତି । ଶ୍ରୀ ଧଳଙ୍କଠାରୁ 2ଲକ୍ଷ 77ହଜାର ଟଙ୍କା ନୂଆପଡା କଳାହାଣ୍ଡି ଭିଜିଲାନ୍ସ ଜବତ କରିଛି ।

ତେବେ ଭିଜିଲାନ୍ସ ଟିମରେ କଳାହାଣ୍ଡି ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ, ମାଲକାନଗିରି DSP ଶୁଶାନ୍ତ କୁମାର ବିଶ୍ବାଳ ଏବଂ ନୂଆପଡା ଭିଜିଲାନ୍ସ ଇନସପେକ୍ଟର ଦୀନବନ୍ଧୁ ବେହେରା ସାମିଲ ଅଛନ୍ତି ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details