ଓଡିଶା

odisha

ଅଳିଆ ଆବର୍ଜନାରେ ଭର୍ତ୍ତି ଖଣ୍ଡପଡା NAC, ଧାରଣାରେ ସଫେଇ କର୍ମଚାରୀ

By

Published : Sep 8, 2022, 10:57 AM IST

ଅଳିଆ ଆବର୍ଜନାରେ ଭର୍ତ୍ତି ଖଣ୍ଡପଡା NAC, ଧାରଣାରେ ସଫେଇ କର୍ମଚାରୀ

୧୨ ଦିନ ହେବ ଧାରଣାରେ ବସିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏନଏସି (Khandapada NAC) ସଫେଇ କର୍ମଚାରୀ । ସଫେଇ ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବାକୁ ବିରୋଧ କରି ଏମାନେ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

ନୟାଗଡ଼: ଖଣ୍ଡପଡା NAC ସଫେଇ କର୍ମଚାରୀଙ୍କ ଧାରଣାକୁ ବିତିଲାଣି ୧୨ ଦିନ । ସଫେଇ ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରାଯିବାକୁ ନେଇ ନିଷ୍ପତ୍ତି ହେବାରୁ ଏହାକୁ ବିରୋଧ କରି ସଫେଇ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଏହି ନିଷ୍ପତ୍ତିକୁ ବଦଳାଇବା ସହିତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ସେମାନେ ଆନ୍ଦୋଳନରେ ବସି ରହିବେ ବୋଲି କହିଛନ୍ତି ।

ଅଳିଆ ଆବର୍ଜନାରେ ଭର୍ତ୍ତି ଖଣ୍ଡପଡା NAC, ଧାରଣାରେ ସଫେଇ କର୍ମଚାରୀ

ଦୀର୍ଘବର୍ଷ ଧରି ଖଣ୍ଡପଡା ଏନଏସିରେ ସଫେଇ କାମ କରୁଛନ୍ତି ଏହି ସଫେଇ କର୍ମଚାରୀ । ପ୍ରତ୍ୟେକ ଦିନ ସକାଳେ ଏମାନେ ୱାର୍ଡରୁ ୱାର୍ଡ ବୁଲି ସଫେଇ କରନ୍ତି । ତେବେ ସ୍ବଳ୍ପ ବେତନରେ ଅଧିକ କାମ କରୁଥିବା ଏହି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ସଫେଇ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ । ଭବିଷ୍ୟତରେ ସ୍ଥାୟୀ ନିଯୁକ୍ତି ମିଳିବା ଆଶା ରଖି ସ୍ବଳ୍ପ ବେତନରେ କାମ କରୁଥିବା ଏମାନେ ପ୍ରକାଶ କରିଛନ୍ତି । ଏପରିକି ଶ୍ରମ ଆଇନ ଅନୁଯାୟୀ ଦରମା ସହ ୱାର୍କ ଚାର୍ଜ ମଧ୍ୟ ମିଳୁନାହିଁ । ପ୍ରଶାସନ ଦୀର୍ଘ ବର୍ଷ ହେବ ପ୍ରତାରଣାର ଶିକାର ହୋଇ ଆସୁଥିବା ସଫେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

ଗତ ଅଗଷ୍ଟ ୨୪ ତାରିଖରେ ଖଣ୍ଡପଡା ଏନଏସିର ସଫେଇ କାର୍ଯ୍ୟକୁ ଘରୋଇ ସଂସ୍ଥାକୁ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରତିବାଦରେ ୨୫ ତାରିଖରୁ ସଫେଇ କର୍ମଚାରୀ ମାନେ ଦୀର୍ଘ ୧୨ ଦିନ ଧରି ଏନଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳରେ ସଫେଇ କାମ ବନ୍ଦ ଥିବାରୁ ୱାର୍ଡରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମାହୋଇ ରହିଛି । ସଫେଇ କର୍ମଚାରୀ ମାନେ ରାତିଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ ସାମ୍ନାରେ ବସି ରହିଛନ୍ତି । ତେବେ ଦାବି ପୂରଣ ନହେବାଯାଏ ସେମାନେ ଆନ୍ଦୋଳନରେ ବସି ରହିବେ ବୋଲି କହିଛନ୍ତି ।

ଏନେଇ ସେମାନେ କହିଛନ୍ତି, "ଆମେ ଦୀର୍ଘ ୨୦ରୁ ୨୫ ବର୍ଷ ହେବ କାର୍ଯ୍ୟ କରିଆସୁଛୁ । ସ୍ବଳ୍ପ ରୋଜଗାରରେ ଆମେ ପରିବାର ପୋଷୁଥିଲୁ । ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବଚ୍ଛତା ଦାୟିତ୍ବ ଏକ ଘରୋଇ ସଂସ୍ଥାକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆମ କଥା କେହି ଶୁଣୁନାହାନ୍ତି । ଏବେ ଆମ ପାଖକୁ କେହି ନେତାମନ୍ତ୍ରୀ ଆସୁନଥିବା ବେଳେ ଆମକୁ ପୋଲିସ ଲଗାଇ ତଡ଼ି ଦିଆଯାଉଛି ।’’

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details