ଓଡିଶା

odisha

ଜବତ ହେଲା 51 ଚୋରା ବାଇକ, 5 ଆନ୍ତଃ ରାଜ୍ୟ ଲୁଟେରା ଗିରଫ

By

Published : Sep 11, 2022, 9:28 AM IST

ଜବତ ହେଲା 51 ଚୋରା ବାଇକ, 5 ଅନ୍ତଃ ରାଜ୍ୟ ଲୁଟେରା ଗିରଫ

ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର 5 ସଦସ୍ୟଙ୍କୁ ଗିରଫ କରି ସେମାନଙ୍କଠାରୁ 51 ଚୋରା ବାଇକ ଜବତ କରିଛି ନୟାଗଡ଼ ପୋଲିସ । ଚୋରି ହୋଇଥିବା ଗାଡ଼ିର କାଗଜପତ୍ର ଦେଖାଇ ମାଲିକ ବାଇକ ନେଇପାରିବେ ବୋଲି କହିଛନ୍ତି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହୀ । ଅଧିକ ପଢ଼ନ୍ତୁ

ନୟାଗଡ଼: ପୋଲିସକୁ ସଫଳତା । 51ଟି ବାଇକ ଜବତ ହେବା ସହ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର 5 ସଦସ୍ୟ ଗିରଫ । ନୟାଗଡ଼ ତଥା ବିଭିନ୍ନ ଜିଲ୍ଲାରୁ ବାଇକ ଲୁଟ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ (Inter state bike lootera gang)। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ଲୁଟେରା ଗ୍ୟାଙ୍ଗର 5 ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଚୋରି ହୋଇଥିବା ଗାଡ଼ିର କାଗଜପତ୍ର ଦେଖାଇ ମାଲିକ ବାଇକ ନେଇପାରିବେ ବୋଲି କହିଛନ୍ତି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହୀ ।

ଜବତ ହେଲା 51 ଚୋରା ବାଇକ, 5 ଅନ୍ତଃ ରାଜ୍ୟ ଲୁଟେରା ଗିରଫ

ବିଭିନ୍ନ ସ୍ଥାନରୁ ବାଇକ ଚୋରାଇ ରଖିଥିବା ଏହି ଗ୍ୟାଙ୍ଗର ସଦସ୍ୟ ମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ କମ୍ପାନୀର ଅନେକ ଦାମୀ ବାଇକ ରଖିଥିଲେ । ଯାହାକୁ ଜବତ କରିବାରେ ସଫଳ ହୋଇଛି ନୟାଗଡ଼ ପୋଲିସ । ତେବେ ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହୀ । ଗିରଫ ବାଇକ ଲୁଟେରା ମାନଙ୍କ ମଧ୍ୟରେ ପୁରୀର ମିଟୁ ଓରଫ ନିଲୁ ପଲେଈ, ନିଆଳି ଅଞ୍ଚଳର ବୁଲୁ ଓରଫ ଅନିଲ ସାହୁ, ଖୋର୍ଦ୍ଧାର ଧୁଷା ଓରଫ ଦୁଷ୍ମନ୍ତ ସାହୁ, ସଞ୍ଜୀବ ସାହୁ ଏବଂ ବୌଦ୍ଧର ଋତୁରାଜ ଦୀପ ନାମକ ପାଞ୍ଚ ଜଣ କୁଖ୍ୟାତ ବାଇକ ଲୁଟେରା ରହିଥିବା ସୂଚନା ମିଳିଛି । ଗାଡି ମାଲିକ ମାନେ ନିଜର ଗାଡି କାଗଜପତ୍ର ଦେଖାଇ ସେମାନଙ୍କର ବାଇକ ଥାନାରୁ ନେଇପାରିବେ ବୋଲି ନୟାଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏକାକୀ ଏବଂ ଜନ ଗହଳି ସ୍ଥାନରେ ଥିବା ବାଇକ ଟାର୍ଗେଟ କରି ଲୁଟେରା ମାନେ ଲୁଟ କରୁଥିଲେ । ହିରୋ ହୋଣ୍ଡା ବାଇକ ଶୀଘ୍ର ହ୍ୟାଣ୍ଡଲ ଲକ ଭାଙ୍ଗିଯାଉଥିବା ପୋଲିସ କହିଛି । ଯେଉଁ ମାନେ ଗାଡିର କାଗଜପତ୍ର ଦେଖାଇ ପାରିବେ ସେମାନେ ନିଜର ବାଇକ ନେଇପାରିବେ ବୋଲି କହିଛନ୍ତି ନୟାଗଡ଼ ଏସପି । ଜବତ ହୋଇଥିବା ଗାଡି ଗୁଡ଼ିକର ମୂଲ୍ୟ ପ୍ରାୟ 40 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ପୋଲିସ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ପାଇଁ ୫ ଟି ସ୍ବତନ୍ତ୍ର ଟିମ କରିଥିଲା । ପୂର୍ବରୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରି ପୋଲିସ ଏହି କୁକ୍ଷାତ ଲୁଟେରା ମାନଙ୍କୁ ଧରିବାରେ ସଫଳତା ହାସଲ କରିଛି । ନୟାଗଡ଼ ପୋଲିସର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଲୋକେ ।

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details