ଓଡିଶା

odisha

ନବରଙ୍ଗପୁରରେ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

By

Published : Sep 16, 2021, 1:11 PM IST

ନବରଙ୍ଗପୁରରେ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ
ନବରଙ୍ଗପୁରରେ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ ()

ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର:ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ । ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ଅନ୍ୟ ଏକ ସ୍କୁଲରେ ମିଶ୍ରଣ କରାଯିବ । ଏବେ ସ୍କୁଲରେ ୨୫ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲକୁ ନୂଆଗୁଡା ଗ୍ରାମରେ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି ଜଗତୁଗୁଡା ବିଦ୍ୟାଳୟରେ ବର୍ତ୍ତମାନ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାର ଘୋଷଣା କରିଛନ୍ତି କି ୨୦ ରୁ କମ ଥିବା ପିଲାଙ୍କ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି । କିନ୍ତୁ ୨୦ରୁ ଉର୍ଦ୍ଧ୍ବ ପିଲା ଏହି ସ୍କୁଲରେ ଥିଲେ ବି ଏଭଳି ଘୋଷଣା ହେବାରୁ ଚଳିତ ବର୍ଷ ପିଲାମାନଙ୍କୁ ପୋଷାକ , ଜୋତା , ବହିପତ୍ର , ମଧ୍ୟାହ୍ନ ଭୋଜନର ଚାଉଳ ଓ ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି ।

ଏନେଇ ଗତ ୨୦୨୦ ମସିହାରେ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି କୁ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀ ସମସ୍ତ ପିଲାଙ୍କୁ ବିଦ୍ୟାଳୟ କୁ ନ ପଠେଇ ଅଧାରୁ ପାଠ ବନ୍ଦ କରାଇଦେବେ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ରହିବେ ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଜଗତୁଗୁଡା ଗ୍ରାମର ଥିବା ବିଦ୍ୟାଳୟ କୁ ପୁଣି ଥରେ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details