ETV Bharat / state

ଧର୍ମେନ୍ଦ୍ର ପ୍ରଧାନଙ୍କର ନାହିଁ ମଣିଷ ପଣିଆ: ବିଜେଡି - Lenin Mohanty Targets Dharmendra

author img

By ETV Bharat Odisha Team

Published : May 3, 2024, 11:07 PM IST

Lenin Mohanty Targets Dharmendra
Lenin Mohanty Targets Dharmendra (Etv Bharat Odisha)

Lenin Mohanty Targets Dharmendra: ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ଧର୍ମେନ୍ଦ୍ର ପ୍ରଧାନଙ୍କର ମଣିଷ ପଣିଆ ନାହିଁ କହିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ପ୍ରଧାନଙ୍କର ନାହିଁ ମଣିଷ ପଣିଆ: ବିଜେଡି (Etv Bharat Odisha)

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ କଳାକାର । ଶୋଭଯାତ୍ରା ଚାଲିଥିବା ସମୟରେ କଳାକାର ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ କଳାକାର ଜଣକ ହେଲେ ବାମରା ବ୍ଲକ ପିଣ୍ଡାପଥର ଗାଁର ବାଘପଡା ନିବାସୀ କୁମର ମାଝୀ । ତେବେ ନିଜର ପ୍ରଚାର ପାଇଁ ଡାକିଥିବା କଳାକାରଙ୍କୁ ଶେଷ ସମ୍ମାନ ଦେବାକୁ ମଧ୍ୟ ଉଚିତ ମଣିଲେ ନାହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରୁ ଧର୍ମେନ୍ଦ୍ରଙ୍କର ମଣିଷ ପଣିଆ ଜଣାପଡୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, "ନାମାନଙ୍କ ପତ୍ର ଦାଖଲ କାର୍ଯ୍ୟକ୍ରମରେ ବିଜେପି ଦୂରଦୂରାନ୍ତରରୁ ଲୋକଙ୍କୁ ଡାକି ଠୁଳ କରିଥିଲା । ଏପରିକି ଅନେକ କଳାକାରଙ୍କୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଡାକିଥିଲା । ବାମରା ବ୍ଲକ ପିଣ୍ଡାପଥର ଗାଁର ବାଘପଡାରୁ ବାଜାଦଳ ସହିତ ନିବାସୀ କୁମର ମାଝୀ ଆସିଥିଲେ । ଧର୍ମେନ୍ଦ୍ର ଓ ଅନ୍ୟ ବିଜେପି ନେତାମାନେ ପ୍ରଚାରରେ ମାତିଥିଲେ । ମୁଣ୍ଡଫଟା ଖରାରେ ଲୋକେ ଡହକବିକଳ ହେଉଥିଲେ । ଲୋକଙ୍କୁ ପାଣି ଟୋପାଏ କଥା ପଚାରିବାକୁ ବିଜେପି ନେତାଙ୍କ ପାଖରେ ସମୟ ନଥିଲା । ଫଳରେ ଦୀର୍ଘ ସମୟ ଧରି ବାଜା ବଜାଉଥିବା ନିବାସୀଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଶୋଭଯାତ୍ରା ଚାଲିଥିବା ସମୟରେ ଟଳିପଡିଲେ ।"

ଏହା ବି ପଢନ୍ତୁ- ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିବାସୀ ଚେତାଶୂନ୍ୟ ହୋଇ ପଡିଯାଇଥିଲେ ମଧ୍ୟ ବିଜେପି ନେତାଙ୍କୁ କିଛି ଦିଶିଲାନାହିଁ । କିମ୍ବା ସେମାନେ କିଛି ଜାଣିବାକୁ ଚେଷ୍ଟା କଲେନାହିଁ । ଶେଷରେ ସାଥୀ କଳାକାରମାନେ ନିବାସୀଙ୍କୁ ଡାକ୍ତରଖାନା ନେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ କୁମରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଛନ୍ତି । କିନ୍ତୁ ଏଯାଏଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ବିଜେପି ଦଳର କୌଣସି ନେତାଙ୍କ ଦେଖା ଦର୍ଶନ ନାହିଁ । ନିଜର ପ୍ରଚାର ପାଇଁ ଡାକିଥିବା କଳାକାରଙ୍କୁ ଶେଷ ସମ୍ମାନ ଦେବାକୁ ମଧ୍ୟ ଉଚିତ ମଣିଲେନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରୁ ଧର୍ମେନ୍ଦ୍ରଙ୍କର ମଣିଷ ପଣିଆ ନଥିବା ଜଣାପଡୁଛି ।

ଲେନିନ ଏହା ମଧ୍ୟ କହିଛନ୍ତି ଯେ, ଅମଣିସ ପାଣିଆ ହେଉଛି ବିଜେପି ନେତାଙ୍କ ଅସଲ ଚେହେରା । ସେମାନଙ୍କର ମଣିଷ ପଣିଆ ନାହିଁ । କ୍ଷମତା ପାଇଁ ଜନତାଙ୍କୁ ବ୍ୟବହାର କରିବା ଜାଣିଛନ୍ତି । କିନ୍ତୁ ସେହି ଜନତାର କିଛି ହେଲେ ତା ସାଙ୍ଗରେ ଛିଡା ହେବା ପାଇଁ ସମୟ ନାହିଁ । ସବୁବେଳେ ଆପଣଙ୍କ ସାଙ୍ଗରେ ରହିବୁ ବୋଲି ମିଛ ଭାଷଣ ମାରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୟନାରାୟଣ ମିଶ୍ରଙ୍କ ମଣିଷପଣିଆ କୁଆଡେ ଗଲା । ଆଗାମୀ ଦିନରେ ଜନତା ଏହାର କଡା ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.