ETV Bharat / politics

ବିଶାଳ ରାଲିରେ ଆସି ନାମାଙ୍କନ ଭରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - Dharmendra Pradhan File Nomination

author img

By ETV Bharat Odisha Team

Published : May 2, 2024, 7:18 PM IST

ନାମାଙ୍କନ ଭରିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରରେ ବିଜେପିର ବିଶାଳ ରାଲି
ନାମାଙ୍କନ ଭରିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରରେ ବିଜେପିର ବିଶାଳ ରାଲି (ନାମାଙ୍କନ ଭରିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରରେ ବିଜେପିର ବିଶାଳ ରାଲି)

Dharmendra Pradhan File Nomination: ଆଜି ସମ୍ବଲପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ମା' ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇ ସହର ମଧ୍ୟରେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ନାମାଙ୍କନ ଭରିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁରରେ ବିଜେପିର ବିଶାଳ ରାଲି (ETV BHARAT)

ସମ୍ବଲପୁର: ସମ୍ବଲପୁରରେ ହେବାକୁ ଯାଉଛି ବିଗ୍ ଫାଇଟ । ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ଲଢିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସମ୍ବଲପୁରରେ ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରାୟ ଅପରାହ୍ନ 2.15 ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଥିଲେ । ତାଙ୍କ ସହ ସମ୍ବଲପୁର ବିଧାନସଭା ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାନସଭା ବିଜେପି ପ୍ରାର୍ଥୀ ନାଉରି ନାଏକଙ୍କ ସମେତ ସମ୍ବଲପୁର ଲୋକସଭା ଅଧୀନରେ ଥିବା 7ଟି ଯାକ ବିଧାନସଭାର ବିଜେପି ପ୍ରାର୍ଥୀ ମାନେ ଉପସ୍ଥିତ ରହିଥିଲେ ।

ସେଠାରୁ ଧର୍ମେନ୍ଦ୍ର ନିଜର ବିଜେପି ସମର୍ଥକ ଓ ବିଜେପି ନେତୃମଣ୍ଡଳୀ ମାନଙ୍କ ସହିତ ସମଲେଶ୍ବରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ ଗୀତ ସହ ପାରମ୍ପରିକ ବାଜା ସହିତ ଶହ ଶହ କଳାକାର ଓ ବିଜେପି କାର୍ଯ୍ୟକର୍ତ୍ତା ତଥା ଜନ ସାଧାରଣ ସାମିଲ ହୋଇଥିଲେ । କ୍ଷଣିକ ପାଇଁ ଏହି ଶୋଭାଯାତ୍ରା ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀର ଭ୍ରମ ସୃଷ୍ଟି କରିଥିଲା ।

ଏହା ମଧ୍ୟ ପଢନ୍ତୁ .... ସମ୍ବଲପୁରରେ ବିଜେଡିର ପାୱାର ସୋ'; ନାମାଙ୍କନ ଭରିଲେ ପ୍ରଣବ, ରୋହିତ ଓ ସୁଦର୍ଶନ - BJD Power Show In Sambalpur

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ରେଙ୍ଗାଲି ବିଧାନସଭାର ବିଜେପି ପ୍ରାର୍ଥୀ ନାଉରି ନାଏକ ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡିଶା ଓ ଭାରତର ଭବିଷ୍ୟତ ପାଇଁ ନିର୍ବାଚନ ହେଉଛି । ଲୋକ ମାନଙ୍କର ଆଶା ଆକାଂକ୍ଷା ପୂରଣ କରିବାର ଦାୟିତ୍ବ ନେବା ପାଇଁ ମୁଁ ନିର୍ବାଚନ ଲଢୁଛି । ସମ୍ପୂର୍ଣ୍ଣ ଓଡିଶା ମୋର ପରିବାର ଓ ସମ୍ବଲପୁର ମୋର ଘର ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ୪ ସେଟ ନୋମିନେସନ ଫର୍ମ ଭରିଥିବା ବେଳେ ଆସନ୍ତା ମେ ୨୫ ତାରିଖରେ ସମ୍ବଲପୁର ପାଇଁ ମତଦାନ କରାଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.