ଓଡିଶା

odisha

ଆସନ୍ତା ୧୦ରୁ ନବରଙ୍ଗପୁରରେ ଧାନ କିଣା ଆରମ୍ଭ

By

Published : Nov 20, 2022, 9:55 AM IST

ଆସନ୍ତା ୧୦ରୁ ନବରଙ୍ଗପୁରରେ ଧାନ କିଣା ଆରମ୍ଭ

ଆସନ୍ତା ଡିସେମ୍ବର ୧୦ ତାରିଖରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ନବରଙ୍ଗପୁର ଧାନ ମଣ୍ଡିରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର:ଆସନ୍ତା ଡିସେମ୍ବର ୧୦ ତାରିଖରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ନବରଙ୍ଗପୁର ଧାନ ମଣ୍ଡିରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କଠୁ ଧାନ କିଣାଯିବ । ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକରେ ଏହା ସ୍ଥିର କରାଯାଇଛି । ଜିଲ୍ଲାରେ ଥିବା ୫୯ଟି ସମ୍ପୃକ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନେ ନିଜର ଧାନ ବିକ୍ରୟ କରିପାରିବେ ।

ଆସନ୍ତା ୧୦ରୁ ନବରଙ୍ଗପୁରରେ ଧାନ କିଣା ଆରମ୍ଭ

ଏଥିରେ ୧୩ଟି ଲ୍ୟାମ୍ପ, ୨୫ଟି ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ମିଶି ଜିଲ୍ଲା ପାଇଁ ଖରିଫ୍ ୨୦୨୨-୨୩ ବର୍ଷ ପାଇଁ ସରକାରଙ୍କ ଦ୍ୱାରା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ୧୫ ଲକ୍ଷ କ୍ୱିଣ୍ଟାଲ ଧାନ ପ୍ରାରମ୍ଭିକ ପର୍ଯ୍ୟାୟରେ ମଣ୍ଡି ମାଧ୍ୟମରେ ଯୋଗ୍ୟ ଚାଷୀଙ୍କ ଠାରୁ ସଂଗ୍ରହ କରିବେ । ଏହି ସମୟରେ ଚାଷୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳ ଡା.ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ଆସନ୍ତା 25ରୁ ବଲାଙ୍ଗୀରରେ ଧାନ କିଣା ଆରମ୍ଭ

ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା କରାଯିବ । ଯେପରି କୌଣସି ଯୋଗ୍ୟ ଚାଷୀ ଯେପରି ଏଥିରୁ ବଞ୍ଚିତ ନହୁଅନ୍ତି । ଏଥିପ୍ରତି ଧ୍ୟାନ ଦେବାକୁ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଓ କୃଷକଙ୍କ ପ୍ରତିନିଧି ଝାଡ଼େଶ୍ୱର ଖାଡ଼ାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ ।

ଏ ସମ୍ପର୍କରେ ଜିଲ୍ଲାପାଳ ଡ କୋମଳ ଲୋଚନ ମିଶ୍ର କହିଛନ୍ତି, ''ଚଳିତ 2022-23 ଖରିଫ ଋତୁ ପାଇଁ ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ 43667 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ତେଣୁ ଏଥର 15 ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ଆମେ ଆମ ଧାନ ମିଲର୍ସ ବା ଗ୍ରାହକଙ୍କ ସହ ଆଲୋଚନା କରିଥିଲୁ । ସେମାନଙ୍କର ଯେଉଁ ଧାନ ଉଠାଇବାର ବ୍ୟବସ୍ଥା ରହିଛି ତାହା କିପରି ଶୃଙ୍ଖଳିତ ଭାବେ ହେବ ସେଥିପାଇଁ ଆମେ ତାଗିଦ କରିଛୁ ।''

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details