ନବରଙ୍ଗପୁର: ଭାରତମାଳା ପ୍ରକଳ୍ପ ପରିଯୋଜନାରେ ନବରଙ୍ଗପୁରରେ ରହିବ ପ୍ରବେଶ ଓ ପ୍ରସ୍ଥାନ ସୁବିଧା। ବିଶାଖାପାଟଣା - ରାୟପୁର ଭାରତମାଳା ସୁପର୍ ଫାଷ୍ଟ ରୋଡ ନବରଙ୍ଗପୁର ଜିଲ୍ଲାର ଧୋଡ୍ରା, ଡ଼ାବୁଗାଁ ଓ ନବରଙ୍ଗପୁର ଠାରେ ରହିବ ପ୍ରବେଶ ଓ ପ୍ରସ୍ଥାନ ସୁବିଧା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ।
ବିଶାଖାପାଟଣାରୁ ରାୟପୁର ରାସ୍ତାକୁ ଭାରତମାଳା ଯୋଜନାରେ ସୁପରଫାଷ୍ଟ ରୋଡ ତିଆରି କରାଯାଉଛି । ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲା ଦେଇଯାଉଛି ସୁପରଫାଷ୍ଟ ରୋଡ । ଜିଲ୍ଲାରେ ପ୍ରବେଶ ପ୍ରସ୍ଥାନ ପାଇଁ ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଗତ ୨୧.୦୨.୨୦୨୧ ରେ ଚିଠି ଲେଖିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କ୍ରମେ ଜିଲ୍ଲାର ଆଉ ତିନୋଟି ସ୍ଥାନରେ ଭାରତମାଳା ଯୋଜନାର ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଜିଲ୍ଲାର ଧୋଡ୍ରା, ଡ଼ାବୁଗାଁ ଓ ନବରଙ୍ଗପୁରରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରଖିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।