ETV Bharat / state

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ - Illegal gun trade

author img

By ETV Bharat Odisha Team

Published : Apr 27, 2024, 10:31 PM IST

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ
ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ

ILLEGAL ARMS BUSINESS: ବେଆଇନ ବନ୍ଧୁକ କାରବାର ରୋକିବାରେ ପୁରୀ ପୋଲିସ ବିଫଳତାକୁ ନେଇ ସହରବାସୀଙ୍କ ଉଦବେଗ । ଚଳିତ ନିର୍ବାଚନରେ ବ୍ୟାପକ ବିଶୃଙ୍ଖଳା ଆଶଙ୍କା କଲେ ଆଇନଜୀବୀ । ଅଧିକ ପଢନ୍ତୁ

ପୁରୀରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର, ପୋଲିସର ବିଫଳତାକୁ ନେଇ ପ୍ରଶ୍ମ ଉଠାଇଲେ ଆଇନଜୀବୀ

ପୁରୀ: ସହରରେ ବଢ଼ି ଚାଲିଛି ଚୋରା ବନ୍ଧୁକ କାରବାର । କଥା କଥା କେ ଫୁଟୁଛି ଗୁଳି । ବନ୍ଧୁକ ଦେଖାଇ ଅପରାଧୀମାନେ ବିଭିନ୍ନ ଅପରାଧ କରିଚାଲିଛନ୍ତି । ହେଲେ ଚୋରା ବନ୍ଧୁକ କାରବାର ଉପରେ ପୁରୀ ପୋଲିସ ରୋକ୍ ଲଗାଇ ବାରେ ବିଫଳ ହୋଇଛି । ଅପରାଧୀଙ୍କୁ ପୋଲିସ୍ ଗିରଫ କରି ବନ୍ଧୁକ ଜବତ କରୁଥିବାବେଳେ ବନ୍ଧୁକ କେଉଁଠାରୁ ଆସୁଛି ,କିଏ ଚୋରା ବନ୍ଧୁକ କାରବାର କରୁଛି, ଏହା ପଛରେ କିଏ ଅଛି ? ସେ ଦିଗରେ ପୁରୀ ପୋଲିସ ତଦନ୍ତ କରୁନାହିଁ । କାହା ଚାପରେ ପୋଲିସ ଶିଥିଳ ଅଛି । ସେ ନେଇ ଉଠିଛି ପ୍ରଶ୍ନ ?

ତେବେ ଆଗକୁ ସାଧାରଣ ନିର୍ବାଚନ । ଚୋରା ବନ୍ଧୁକ କାରବାର ଉପରେ ପୋଲିସ କଡ଼ା ପଦକ୍ଷେପ ନ ନେଲେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି । ତେବେ ଏ ପ୍ରସଙ୍ଗରେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର୍ ସାହୁ କହିଛନ୍ତି ଯେ, ପୁରୀ ସହର ଏବେ ଚୋରା ବନ୍ଧୁକର ପେଣ୍ଠସ୍ଥଳୀ ହୋଇଛି । ଅପରାଧି ମାନେ ବନ୍ଧୁକ ଦେଖାଇ ବିଭିନ୍ନ ଅପରାଧ କରୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପୋଲିସ୍ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ । କେବଳ ଅପରାଧୀଙ୍କୁ ଧରି ବନ୍ଧୁକ ସିଜ୍ କରି ପୋଲିସ ବସି ଯାଇଛି । କେଉଁଠୁ ବନ୍ଧୁକ ଆସୁଛି , କିଏ ଯୋଗାଉଛି, କିଏ ବନ୍ଧୁକ କାରବାରରେ ଲିପ୍ତ ଅଛି । ସେ ଦିଗରେ ପୋଲିସ ଦୃଷ୍ଟି ଦେବା ଉଚିତ୍ । ନ ହେଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିବା ଆଶଙ୍କା ରହିଛି ।

ସେପଟେ ପୁରୀର ଆଉ ଜଣେ ଯୁବ ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି ଯେ, ଚୋରା ବନ୍ଧୁକ ଉପରେ ପୋଲିସ କଡ଼ା ପଦକ୍ଷପ ନେଉ । ଗୁଇନ୍ଦା ବିଭାଗକୁ ଆହୁରି ସୁଦୃଢ କରାଯାଉ । ଅପରାଧୀଙ୍କ ଡାଟା ବେସ ପୋଲିସ ରଖିବା ଉଚିତ୍ । ଦକ୍ଷ ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଚୋରା ବନ୍ଧୁକ କାରବାର ଉପରେ ନଜର ରଖାଯାଉ । ନ ହେଲେ ଅପରାଧୀମାନେ ବନ୍ଧୁକକୁ ବିଭିନ୍ନ ଅପରାଧରେ ବ୍ୟବହାର କରିବେ । ଯାହାକି ଆଗାମୀ ନିର୍ବାଚନରେ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ....2 ବନ୍ଧୁକଧାରୀ ଯୁବକ ଗିରଫ, ଅସ୍ତ୍ରଶସ୍ତ୍ର ଜବତ - Youth Arrested For Keeping Arms

ତେବେ ସୂଚନା ଅନୁଯାୟୀ ଯେ, ଗତ ଏକ ବର୍ଷ ମଧ୍ୟରେ ପୁରୀ ପୋଲିସ 15ରୁ ଅଧିକ ଚୋରା ବନ୍ଧୁକ ବିଭିନ୍ନ ଅପରାଧିଙ୍କ ଠାରୁ ଜବତ କରିଛି । ସେପଟେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଜିଲ୍ଲାରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସ୍ଥାନୀୟ ଥାନାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି 80 ପ୍ରତିଶତ ବନ୍ଧୁକ ଥାନାକୁ ଆସିଛି । ତେବେ ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ 6ଶହ 68ଟି ଲାଇସେନ୍ସ ବନ୍ଧୁକ ରହିଛି । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ସମସ୍ତଙ୍କୁ ନିଜ ଥାନାରେ ବନ୍ଧୁକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋଟ 668ଟି ଲାଇସେନ୍ସ ବନ୍ଧୁକରୁ 564 ଟି ଥାନାରେ ଅଛିନ । 47 ଟି ବନ୍ଧୁକକୁ ପାଖରେ ରଖିବା ପାଇଁ ଅନୁମତି ରହିଛି ।

ବିଭିନ୍ନ ସିକ୍କ୍ୟୁରିଟ ସର୍ଭିସ୍, କ୍ରୀଡାବିତ୍ ଓ ଜୀବନକୁ ବିପଦ ଥିବା ବ୍ୟକ୍ତି ବିଶେଷଙ୍କୁ ବନ୍ଧୁକ ରଖିବା ପାଇଁ ଜିଲ୍ଲା କମିଟି ଅନୁମତି ଦେଇଛି । ତେବେ ଆହୁରି 57 ଟି ଲାଇସେନ୍ସ ବନ୍ଧୁକ ଥାନାକୁ ଆସି ନଥିବା ବେଳେ ଶୀଘ୍ର ଦେବାକୁ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୀ ପୋଲିସ ପକ୍ଷରୁ ନୋଟିସ ଦିଆଯାଇଛି । ତେବେ ଚୋରା ବନ୍ଧୁକ କାରବାର ଉପରେ ପୋଲିସ୍ ମଧ୍ୟ ନଜର ଥିବାବେଳେ ସୂଚନା ମିଳିବା ପରେ ଏ ଦିଗରେ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ପୁରୀ ଏସପି କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.