ETV Bharat / state

ପପଙ୍ଗା ପାହାଡ ମହୋତ୍ସବ ଉଦଯାପିତ, ଶାଶ୍ବତଙ୍କ ତାଳେ ତାଳେ ଝୁମିଲେ ଦର୍ଶକ - Papanga Pahad Mahotsav

author img

By ETV Bharat Odisha Team

Published : Apr 27, 2024, 10:22 PM IST

Papanga Pahad Mahotsav
Papanga Pahad Mahotsav

Papanga Pahad Mahotsav: 24 ଏପ୍ରିଲରେ ଆରମ୍ଭ ହୋଇଥିବା ପପଙ୍ଗା ପାହାଡ ମହୋତ୍ସବ ଉଦଯାପିତ ହୋଇଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ।

ଉଦଯାପିତ ହେଲା ପପଙ୍ଗା ପାହାଡ ମହୋତ୍ସବ

ବରଗଡ: ଶେଷ ହେଲା ପପଙ୍ଗା ପାହାଡ ମହୋତ୍ସବ । ଗତ 24 ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ତିନି ଦିନ ଘରି ଚାଲିଥିଲା । ତେବେ ଗତକାଲି 26 ଏପ୍ରିଲରେ ଏହି ମହୋତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଛି । ଏହି ତିନି ଦିନ ମଧ୍ୟରେ ଦର୍ଶକ ଓଡ଼ିଶାର କଳା ସଂସ୍କୃତି ସହିତ ରାଜ୍ୟ ବାହାରର କଳାକାରଙ୍କ ପ୍ରଦର୍ଶିତ କଳାର ମଜା ନେଇଥିଲେ । ତେବେ ଭାରତ ସ୍ୱାଧିନତାର ବାର୍ତ୍ତା ବହନ କରୁଛି ବରଗଡ ସ୍ଥିତ ଏହି ଐତିହାସିକ ପପଙ୍ଗା ପାହାଡ । ତେବେ ବୀର ସୁରେନ୍ଦ୍ର ସାଏଙ୍କ ସହିତ ଭେଡ଼େନ ଜମିଦାର ମନୋହର ସିଂହ ଓ ପାହାଡ଼ ଶ୍ରୀଗିଡାର ଜମିଦାର ଜନାର୍ଦନ ସିଂଙ୍କର ବୀରତ୍ବର ଗାଥାକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ 2010 ମସିହାରୁ ଏହି ପପଙ୍ଗା ପାହାଡ ମହୋତ୍ସବ ପାଳନ କରାଯାଉଛି ।

ଗତକାଲି ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ଅନେକ ସିନେ କଳାକାର ଯୋଗ ଦେଇଥିବା ବେଳେ ଅନ୍ୟ ରାଜ୍ୟରୁ ମଧ୍ୟ କଳାକାର ମାନେ ଆସି ନିଜ ନିଜର କଳା ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରିଥିଲେ । ପଶ୍ଚିମ ଓଡିଶାର ପାରମ୍ପାରିକ ନୃତ୍ୟଗୀତରେ ଉତ୍ସବ ମୁଖରିତ ହୋଇ ଉଠିଥିଲା ସାରା ପରିବେଶ। ଯାହାକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ଦର୍ଶକ ।

ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ସଂସ୍କୃତିକ ମଞ୍ଚରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସାଂସ୍କୃତିକ ଦଳ ଭାଗ ନେଇଥିବା ବେଳେ କଳା ଓ ସଂସ୍କୃତିର ଆଦାନ ପ୍ରଦାନ ହୋଇଥିଲା । ଅନ୍ୟ ପକ୍ଷରେ ଏପରି ଏକ ଐତିହ ସଂପନ୍ନ ସ୍ଥାନରେ ଜନସମୁଦ୍ର ଭିତରେ ନିଜର କଳା ପ୍ରଦର୍ଶନ କରି କଳାକାର ମାନେ ମଧ୍ୟ ବେଶ ଉତ୍ସାହିତ ଥିଲେ । ପପଙ୍ଗା ପାହାଡ ମହୋତ୍ସବର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଥିବା ବେଳେ ପଶ୍ଚିମ ଓଡିଶାର ଲୋକକଳା ଓ ଲୋକ ସଂସ୍କୃତିକୁ ପୁଣି ଥରେ ପୁନଃଜୀବିତ କରିବାରେ ବେଶ ସହାୟକ ହୋଇପାରିଛି ଏହି ପପଙ୍ଗା ପାହାଡ ମହୋତ୍ସବ।

ଏହା ମଧ୍ୟ ପଢ଼ନ୍ତୁ.. ଭୁଜାଖିଆ ପୀର ବାବାଙ୍କ ଉର୍ସ ଉତ୍ସବ, ଭକ୍ତ ଚଢାଇଲେ ଚାଦର ଲଗାଇଲେ ଭୁଜା ଭୋଗ - Bhujakhia Pir Baba

ପଶ୍ଚିମ ଓଡିଶାର ରାଜା, ଜମିଦାରଙ୍କ ସହ ବହୁ ସ୍ୱାଧିନତା ସଂଗ୍ରାମୀଙ୍କ ଜନ୍ମମାଟି ପାଇଁ ବଳିଦାନର ସ୍ମୃତି ବହନ କରୁଛି ଏହି ପପଙ୍ଗା ପାହାଡ଼ । ଯାହା ପାଇଁ ଦୀର୍ଘ 14 ବର୍ଷ ହେବ ପପଙ୍ଗା ପାହାଡ ମହୋତ୍ସବ ପାଳିତ ହୋଇ ଆସୁଛି । ଦେବାର ମୁକ ସାକ୍ଷୀ ପାଲଟିଥିବା ଏହି ପପଙ୍ଗା ପର୍ବତର ପାଦ ଦେଶରେ ଦୀର୍ଘ 14 ବର୍ଷ ହେବ ପପଙ୍ଗା ପାହାଡ ମହୋତ୍ସବ ପାଳିତ ହୋଇ ଆସୁଛି । ଦିନେ କରାଯାଇଥିବା ଏକ ଛୋଟିଆ ପ୍ରୟାସ ଆଜି ମହୋତ୍ସବକୁ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି ।

ପପଙ୍ଗା ପାହାଡର ପୁନଃଉଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିଛି । ଆଜି ଏହି ପପଙ୍ଗା ପାହାଡ ମହୋତ୍ସବ ଏକ କୁମ୍ଭ ମେଳା ସଦୃଶ୍ୟ ହୋଇଛି । ହଜାର ହଜାର ଜନସମୁଦ୍ର ଦେଖିବାକୁ ମିଳିଥିଲା ଏହି ବିଗତ ତିନିଦିନରେ । ପପଙ୍ଗା ପାହାଡ ଠାରେ ପୂଜା ପାଉଥିବା ବୁଢାରଜା ଓ କ୍ଷେତ୍ରପାଳଙ୍କ ଦର୍ଶନ ପାଇବାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ ଏଠାକୁ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.