ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, NH-55 ସମ୍ପ୍ରସାରଣ କାର୍ଯ୍ୟ ସାରିବା ଦାବି - protest in Dhenkanal

author img

By ETV Bharat Odisha Team

Published : Apr 27, 2024, 10:22 PM IST

Protest in Dhenkanal
Protest in Dhenkanal

Protest in Dhenkanal: NH-55 ସମ୍ପ୍ରସାରଣ କାର୍ଯ୍ୟ ସାରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଉ କଲେ ଢେଙ୍କାନାଳବାସୀ । କାମ ନସରିଲେ ଆନ୍ଦୋଳନକୁ ଓହ୍ଲାଇବା ଚେତାବନୀ । ଅଧିକ ପଢ଼ନ୍ତୁ,

Protest in Dhenkanal

ଢେଙ୍କାନାଳ: NH-55 ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ହେଉଥିବାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି । ଏନଏଚ କର୍ତ୍ତୃପକ୍ଷଙ୍କ ମନମାନି ନେଇ ପ୍ରତିବାଦ କରିବା ସହିତ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ରାସ୍ତା ପାର୍ଶ୍ଵ ସର୍ଭିସ ରୋଡ଼ ଏବଂ ବାଏପାସ ରୋଡ ଗୁଡ଼ିକ ଅଣ ଓସାରିଆ ହୋଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । 55 ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି l ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି l 2018 ମସିହାରୁ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ ହୋଇଛି । ୨ ବର୍ଷ ଭିତରେ ଏହି ରାସ୍ତା କାମ ଶେଷ ହେବାକଥା l ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଶେଷ ହୋଇନାହିଁ l ଯାହାକୁ ନେଇ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଅଞ୍ଚଳବାସୀ ।

NH-55 ସମ୍ପ୍ରସାରଣ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ି ରହିଛି l 70% କାମ ଶେଷ ହୋଇଥିବା ବେଳେ ଆହୁରି 30% କାମ ହୋଇପାରି ନାହିଁ l କଟକ, ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁରର ଲାଇଫ ଲାଇନ ହେଉଛି 55ନମ୍ବର ଜାତୀୟ ରାଜପଥ l ମଙ୍ଗୁଳି ଛକରୁ ଅନୁଗୋଳ ଯାଏଁ ୫୫ ନମ୍ବର ଜାତୀୟ ରାଜପଥ ସମ୍ପସାରଣ ନେଇ ଢେଙ୍କାନାଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟର ବିଳମ୍ବ ନେଇ ସ୍ଥାନୀୟ ଲୋକମାନେ ବୀତସ୍ପୃହ ହୋଇ ସାରିଥିବା ବେଳେ ରାସ୍ତା ପାର୍ଶ୍ଵ ସର୍ଭିସ ରୋଡ଼ କାର୍ଯ୍ୟରେ ଠିକାଦାରଙ୍କ ମନମାନି ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଢେଙ୍କାନାଳ କଲେଜ ବାଏପାସ ଠାରୁ ଆନନ୍ଦ ନଗର ଯାଏଁ ତିଆରି ହେଉଥିବା ସର୍ଭିସ ରୋଡ ଅଣଓସାରିଆ ହୋଇଥିବା ଯୋଗୁଁ ଲୋକ ମାନେ ପ୍ରତିବାଦ କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ, ଗରା-ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ - Drinking Water Problem

ଏହି ଅଣଓସାରିଆ ରାସ୍ତା ଯୋଗୁ ଦୁର୍ଘଟଣା ମାନ ଘଟିବାର ସମ୍ଭାବନା ରହିଛି l ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସ୍ତା ଅଣଓସାରିଆ ହୋଇଥିବା ଫଳରେ ରାସ୍ତାରେ ଗୋଟିଏ ଗାଡ଼ି ଯିବା ବେଳେ ଅନ୍ୟ ଗାଡିଟି ଅତିକ୍ରମ କରିପାରୁ ନାହିଁ l ଯାହାଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି l ତେବେ ସ୍ଥାନୀୟ କାଠଗଡା, ଆନନ୍ଦ ନଗର , ଶ୍ୟାମଚରଣପୁର ଓ କଲେଜ ରୋଡ଼ ଆଦି ଅଞ୍ଚଳର ବାସିନ୍ଦା ମାନେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଯାଇ ଗୁହାରି କରିଛନ୍ତି। ଏହି ସର୍ଭିସ ରୋଡ଼କୁ ନିୟମ ମୁତାବକ ଓସାରିଆ କରିବାକୁ ଦାବି କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ସ୍ଥାନୀୟ ବାସୀ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଲିଖିତ ଭାବରେ ଚେତାବନୀ ମଧ୍ୟ ଦେଇଛନ୍ତି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.