ଓଡିଶା

odisha

ଆଜାଦି କା ଅମୃତ ମହୋତ୍ସବ, ନବରଙ୍ଗପୁରରେ ବୁଲିଲା ଅହିଂସା ରଥ

By

Published : Sep 9, 2022, 1:49 PM IST

ଆଜାଦି କା ଅମୃତ ମହୋତ୍ସବ, ନବରଙ୍ଗପୁରରେ ବୁଲିଲା ଅହିଂସା ରଥ
ଆଜାଦି କା ଅମୃତ ମହୋତ୍ସବ, ନବରଙ୍ଗପୁରରେ ବୁଲିଲା ଅହିଂସା ରଥ ()

ସାରା ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବୁଲିଲା ଅହିଂସା ରଥ । ଅଧିକ ପଢନ୍ତୁ

ନବରଙ୍ଗପୁର: ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବାର୍ତ୍ତା ତଥା ଗାନ୍ଧିଜୀଙ୍କ ଅହିଂସା ନୀତି, ଶକ୍ତି ଓ ଜନସାଧାରଣଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଅହିଂସା ରଥ ସାରା ରାଜ୍ୟ ପରିକ୍ରମା କରିବା ଆରମ୍ଭ କରିଛି । ଜିଲ୍ଲାରେ ୨ଟି ଅହିଂସା ରଥ ପହଞ୍ଚିବା ପରେ ବିରାଟ ପଟୁଆରରେ ଏହି ରଥକୁ ସ୍ବାଗତ କରାଯାଇଛି ।

ଦୁଇଟି ଅହିଂସା ରଥ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତରୁ ବିରାଟ ପଟୁଆରରେ ସ୍ବାଗତ କରି ପାଛୋଟି ଅଣାଯାଇଥିଲା । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଗତକାଲି କିଛି ବ୍ଲକ ବୁଲି ଗୁରୁବାର ନବରଙ୍ଗପୁର ଠାରେ ପହଁଚିଛି l ଏଠାରେ ରଥ ପହଞ୍ଚିବା ପରେ ରଥକୁ ଭବ୍ୟ ସ୍ବାଗତ କରିବା ସହ ସହର ପରିକ୍ରମା କରାଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଆଜାଦି କା ଅମୃତ ମହୋତ୍ସବ, ନବରଙ୍ଗପୁରରେ ବୁଲିଲା ଅହିଂସା ରଥ

ଏହା ବି ପଢନ୍ତୁ- ଶିକ୍ଷକ ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଏହି ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ତଥା ସମସ୍ତ ସ୍କୁଲ ଛାତ୍ରଛାତ୍ରୀ, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତି ଆନନ୍ଦ ଉଲ୍ଲାସରେ ପ୍ରତି ସାହି ଗଳିକନ୍ଦିରେ ଆବାଳ ବୃଦ୍ଧ ବନିତା ଏହି ରଥକୁ ସ୍ବାଗତ କରିବା ସହ ଏକ ଦେଶ ମାତୃକାର ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତଙ୍କ ପାଟିରେ ସେଇ ଗୋଟିଏ ନାରା ଭାରତ ମାତା କି ଜୟ ଶୁଣିବାକୁ ମିଳିଥିଲା ।

ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କରିଥିବା ବେଳେ ୭୬ ବର୍ଷରେ ପାଦ ଦେଇଛି । ଏହି ବର୍ଷକୁ ସ୍ମରଣୀୟ କରିବା ଲାଗି ସରକାର ଉଦ୍ୟମ କରିଛନ୍ତି । ପ୍ରତିଟି ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଲାଗି ଏଭଳି ଅହିଂସା ରଥର ଶୁଭାରମ୍ଭ କରାଯାଇଛି । ଅହିଂସା ରଥକୁ ଏକ ଭବ୍ୟ ପରିବେଶ ମଧ୍ୟରେ ସ୍ବାଗତ କରାଯାଇଥିବା ବେଳେ ଚାରିଆଡ଼େ ତ୍ରିରଙ୍ଗା ମୟ ପରିବେଶ ଦେଖିବାକୁ ମିଳିଥିଲା । ଏକ ବିରାଟ ରାଲିର ଆୟୋଜନ କରାଯାଇଥିବା ବେଳେ କୁନିକୁନି ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଂଗୀତରେ ନୃତ୍ୟ କରିଥିଲେ । ଏହାସହିତ ମହାପୁରୁଷଙ୍କ ବେଶରେ ମଧ୍ୟ କିଛି କୁନି ପିଲାଙ୍କୁ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details