ଓଡିଶା

odisha

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5 ହଜାର ଲାଞ୍ଚ ନେଇ ଗିରଫ

By ETV Bharat Odisha Team

Published : Dec 1, 2023, 10:23 AM IST

Updated : Dec 1, 2023, 10:58 AM IST

ଲାଞ୍ଚ ନେଇ ଧରାପଡିଲେ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ । ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Etv Bharat
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

vigilance arrested assistant engineer

ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ସହକାରୀ ଯନ୍ତ୍ରୀ । ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ମୋରୋଡା ଉଠା ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଗୁରା ସିଂଙ୍କୁ ମାଡି ବସିଥିଲା ଭିଜିଲାନ୍ସ । ସରକାରୀ ବାବୁ ଜଣକ ଏକ ବୋରୱେଲ ଖୋଳା କାର୍ଯ୍ୟର ସର୍ଭେ କରି ଦେବା ପାଇଁ ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ ଛକି ବସି ଗୁରୁବାର ଦିନ ସହକାରୀ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ ହ୍ୟାଣ୍ଡେଡ୍ ଧରିଥିଲା ।

ଏହା ମଧ୍ୟ ପଢନ୍ତୁ- ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ; ୩ଟି ସ୍ଥାନରେ ଏକକାଳୀନ ଚଢାଉ

ମିଳିଥିବା ସୂଚନା ଅନୁଯାୟୀ, ବାରିପଦା ସ୍ଥିତ ରାସଲ ଗ୍ରାମର ଖଗେଶ୍ୱର ବେହେରା ନାମକ ଜଣେ ବ୍ୟକ୍ତି ଚାଷ କାମ ପାଇଁ ନିଜ ଜାଗାରେ ସରକାରୀ ଯୋଜନାରେ ଏକ ବୋରୱେଲ ଖୋଳିବା ପାଇଁ ଉଠା ଜଳସେଚନ ବିଭାଗ ନିକଟରେ ଆବେଦନ କରିଥିଲେ । ତେବେ ଏନେଇ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ ସର୍ଭେ ରିପୋର୍ଟ ଦେବା ଲାଗି ଖଗେଶ୍ୱର ବେହେରାଙ୍କ ପୁଅ ଧର୍ମପଦ ବେହେରାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଧର୍ମପଦା ବେହେରା ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ଏହାପରେ ଭିଜିଲାନ୍ସ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5ଟି ସ୍ଥାନରେ ଚାଲିଛି ରେଡ୍

ଗୁରୁବାର ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ବାରମାଇଲ ଛକ ନିକଟରେ ଜଗି ରହିଥିଲେ । ଏହି ସମୟରେ ସହକାରୀ ଯନ୍ତ୍ରୀ ଧର୍ମପଦ ବେହେରାଙ୍କ ଠାରୁ ବାରମାଇଲ ଛକ ନିକଟରେ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ । ଏହାପରେ ଭିଜିଲାନ୍ସ ଟିମ୍ ସହକାରୀ ଯନ୍ତ୍ରୀଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଗିରଫ କରିଥିଲା । ଏଥି ସହିତ ବାରିପଦା ସ୍ଥିତ ଗୁରା ସିଂଙ୍କ ବାସଭବନ, ବଡ଼ସାହି ଅଞ୍ଚଳରେ ଥିବା ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛି । ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଭିଜିଲାନ୍ସ କୋର୍ଟରେ ଅଭିଯୁକ୍ତ ଗୁରା ସିଂକୁ ଚାଲାଣ କରାଯିବା ନେଇ ଏଏସପି ହରେକଷ୍ଣ ମାଝୀଙ୍କ ଠାରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Dec 1, 2023, 10:58 AM IST

ABOUT THE AUTHOR

...view details