ଓଡିଶା

odisha

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

By

Published : Nov 23, 2022, 8:35 AM IST

Updated : Nov 23, 2022, 6:36 PM IST

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ଅମର୍ଦ୍ଦା ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ଅନୁମତି ଦେଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ଭୁବନେଶ୍ବର: ମୟୂରଭଞ୍ଜରୁ ଉଡିବ ବିମାନ । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପର(Amarda Airstrip) ଉନ୍ନତିକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟରୁ(Defence Ministry) ଡିଆରଡିଓକୁ ଦେଇଥିବା ଚିଠି ଅନୁଯାୟୀ 160.35 ଏକର ଜମିରେ ଏୟାରଷ୍ଟ୍ରିପ ଉନ୍ନତିକରଣ ପାଇଁ ଓଡିଶା ସରକାରଙ୍କୁ 26.03 କୋଟି କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ଜଣେ ବୋର୍ଡ ଅଫ୍ ଅଫିସର ପରିଷଦ ଗଠନ କରି ଉନ୍ନତିକରଣ ହେବାକୁ ଥିବା ଏୟାରଷ୍ଟ୍ରିପ ଜମିର ସ୍ଥିତାବସ୍ଥା, ଜମି ଚିହ୍ନଟ, ମୂଲ୍ୟାୟନ, ସରକାରୀ ବେସରକାରୀ ସମ୍ପତିର ଆକଳନ ସାଙ୍ଗକୁ ସୁରକ୍ଷା ଓ ନିରାପତ୍ତା ଆଦି ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ କୁହାଯାଇଛି । ଡିଆରଡିଓ ଅଧିନରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ଉଡାନ ଯୋଜନାରେ ସାମିଲ ହୋଇଥିଲା ।

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ଏହାମଧ୍ୟ ପଢନ୍ତୁ: ଉଡାନ ଯୋଜନାରେ ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପରୁ ଉଡିବ ବିମାନ

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ସୂଚନା ଅନୁଯାୟୀ,ଦ୍ବିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ ତଥା ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ ହେଉଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ । ଦ୍ବିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏହି ଏୟାରଷ୍ଟ୍ରିପ ଯୁଦ୍ଧ ପାଇଁ ବ୍ୟବହୃତ ହୋଇଥିଲା । ଏହାକୁ 600 ଏକର ଜମିରେ 3 କୋଟି ଟଙ୍କା ଖର୍ଚ୍ଚକରି ଇଂରେଜମାନେ ନିର୍ମାଣ କରିଥିଲେ । ଅମର୍ଦ୍ଦା ଏୟାରଷ୍ଟ୍ରିପରେ ଏକାଥରେ ପାଖାପାଖି 300 ଯୁଦ୍ଧବିମାନ ରହିବାର ବ୍ୟବସ୍ଥା ଥିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 23, 2022, 6:36 PM IST

ABOUT THE AUTHOR

...view details