ଓଡିଶା

odisha

ମୋରଡା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ BJD ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ

By

Published : Sep 23, 2021, 8:42 PM IST

ମୋରଡା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ BJD ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ

ମୟୂରଭଞ୍ଜ ଜିଲ୍ଲା ଜମ୍ଭୀରା ନଦୀ ବନ୍ୟାରେ ପ୍ରଭାବିତ ଅଞ୍ଚଳ ବୁଲିଲେ BJD ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ । ସ୍ଥାନୀୟ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ କଲେ ଆଲୋଚନା । ଅଧିକ ପଢନ୍ତୁ....

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜମ୍ଭୀରା ନଦୀରେ ପ୍ରଳୟଙ୍କାରୀ ବନ୍ୟା ପରେ ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୋରଡ଼ା ବ୍ଲକର ଘୋଳମୁହାଁ, ମୋରଡ଼ା, ପଳାଶମୁଣ୍ଡୁଳୀ, ବରକନ୍ଦ ଗ୍ରାମପଞ୍ଚାୟତରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ପ୍ରଣବ ।

ମୋରଡା ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ BJD ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ

ମୋରଡ଼ା ପରେ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ପଞ୍ଚୟତରେ ବନ୍ୟା ପ୍ରଭାବିତଙ୍କୁ ଭେଟିବା ସହ ମୋରଡ଼ା ବ୍ଲକର ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥପଡି ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ମଧ୍ୟ ଭେଟିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ ଗତ ୨୧ ତାରିଖରେ ପଳାସମୁଣ୍ଡୁଳି ଗ୍ରାମରେ କାନ୍ଥପଡି କାଞ୍ଚନି ବେହେରାଙ୍କ ମୃତ୍ୟୁ ହୋଇଥିଲା। ପ୍ରଣବଙ୍କ ଆଜିର ଏହି ସମୀକ୍ଷା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details