ଓଡିଶା

odisha

ମୋବାଇଲ ଦୋକାନରେ ପଶି ଚୋରି କରୁଥିଲା ଚୋର, ଦୃଶ୍ୟ କଏଦ କଲା CCTV

By

Published : Nov 20, 2022, 10:20 AM IST

ସିସିଟିଭି କ୍ୟାମେରାରେ କଏଦ ହେଲା ଚୋର ଚୋରି କରୁଥିବା ଦୃଶ୍ୟ

ସିସିଟିଭି କ୍ୟାମେରାରେ କଏଦ ହେଲା ଚୋର ଚୋରି କରୁଥିବା ଦୃଶ୍ୟ । ମାଲକାନଗିରି ସଦର ମହକୁମା ତହସିିଲ୍ ଅଫିସ ନିକଟସ୍ଥିତ ରହାନ ମୋବାଇଲ ଦୋକାନରେ ଗତ ଶୁକ୍ରବାର ରାତିରେ ଚୋରି ହୋଇଛି । ଅଧିକ ପଢ଼ନ୍ତୁ

ମାଲକାନଗିରି: ସିସିଟିଭି କ୍ୟାମେରାରେ କଏଦ ହେଲା ଚୋର ଚୋରି କରୁଥିବା ଦୃଶ୍ୟ । ମାଲକାନଗିରି ସଦର ମହକୁମା ତହସିିଲ୍ ଅଫିସ ନିକଟସ୍ଥିତ ରହାନ ମୋବାଇଲ ଦୋକାନରେ ଗତ ଶୁକ୍ରବାର ରାତିରେ ଚୋରି ହୋଇଛି । ଚୋର ଛାତ ଉପରେ ଚଢି ଦୋକାନ ଉପରେ ଥିବା ଟିଣ କାଢିଥିଲା । ଏହାପରେ ପିୟୁପି ସିଙ୍ଗି ଭାଙ୍ଗି ଦୋକାନ ଭିତରେ ପଶିଥିଲା ଚୋର ।

ସିସିଟିଭି କ୍ୟାମେରାରେ କଏଦ ହେଲା ଚୋର ଚୋରି କରୁଥିବା ଦୃଶ୍ୟ

ସେଠାରେ ମୋବାଇଲ ସମେତ ଅନ୍ୟ ସାମଗ୍ରୀ ଚୋରି କରିନେଇଥିବା ଜଣାପଡିଛି । ଚୋରି କରୁଥିବାର ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଛି । ଚୋର ଚୋରି କରିବା ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି । ଚୋର ସହ ଅନ୍ୟ କିଛି ଚୋର ମଧ୍ୟ ରହିଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣାଟି ରାତି ୧୧ଟା ସମୟରେ ହୋଇଥିବା ବେଳେ ଏହି ସମୟରେ ସେହି ଅଞ୍ଚଳରେ ଲୋକଙ୍କ ଗହଳଚହଳ ସାମାନ୍ୟ ରହିଥିଲା ।

ଏହିଭଳି ରହାନ ମୋବାଇଲ ଦୋକାନରେ ଆଗରୁ ବି ଦୁଇଥର ଚୋରି ହୋଇଛି । ଯାହଫଳରେ ଦୋକାନ ମାଲିକ ବାଧ୍ୟ ହୋଇ ଦୋକାନରେ ସିସିଟିଭି କ୍ୟାମେରା ଲଗାଇଥିଲେ । ଦୋକାନ ମାଲିକ ଏନେଇ ମାଲକାନଗିରି ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ତେବେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ତଦନ୍ତ କରୁଥିବା ମାଲକାନଗିରି ଆଦର୍ଶଥାନା ଅଧିକାରୀ ରିଗାନ୍ କିଣ୍ଡୋ କହିଛନ୍ତି ।

ଇଟିଭି ଭାରତ, ମାଲକାନାଗିରି

ABOUT THE AUTHOR

...view details