ଓଡିଶା

odisha

ଆସନ୍ତା ୨୭ରେ ଭାରତ ବନ୍ଦ, କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିରେ ବର୍ଷିବ ସିପିଆଇଏମ

By

Published : Sep 22, 2021, 7:46 AM IST

ଆସନ୍ତା ୨୭ ଭାରତ ବନ୍ଦ ; କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ଉପରେ ବର୍ଷିବ ସିପିଆଇଏମ
ଆସନ୍ତା ୨୭ ଭାରତ ବନ୍ଦ ; କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ଉପରେ ବର୍ଷିବ ସିପିଆଇଏମ

କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ପ୍ରତିବାଦ କରିବ ସିପିଆଇଏମ । ଏନେଇ ଆସନ୍ତା ୨୭ରେ ପିଆଇଏମ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଅଧିକ ପଢନ୍ତୁ...

ମାଲାକନଗିରି : କେନ୍ଦ୍ର ସରକାରଙ୍କର କୃଷକ ମାରଣ ନୀତିକୁ ପ୍ରତିବାଦ କରିବ ସିପିଆଇଏମ । ଏନେଇ ଆସନ୍ତା ୨୭ରେ ଦିନ ସିପିଆଇଏମ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର ସିପିଆଇଏମର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗତ ୧୦ ମାସରୁ ଉର୍ଦ୍ଧ୍ବ ସମୟ ଧରି କୃଷକମାନେ ଧରଣାରେ ବସିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ସହ ଆଲୋଚନା କରୁନାହାନ୍ତି। ଇତି ମଧ୍ୟରେ ୬୦୦ରୁ ଅଧିକ ଚାଷୀ ମୃତ୍ୟୁବରଣ କରିସାରିଲେଣି। କେନ୍ଦ୍ର ସରକାର କୃଷକମାନଙ୍କ ହିତ ଚାହୁଁ ନାହାନ୍ତି। ତେଣୁ ସାରା ଭାରତରେ ଏହାକୁ ନେଇ ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ର ସରକାର ବିରୋଧରେ ସିପିଆଇଏମ ଗର୍ଜିବ ବୋଲି ସେ କହିଛନ୍ତି ।

ଆସନ୍ତା ୨୭ ଭାରତ ବନ୍ଦ ; କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ଉପରେ ବର୍ଷିବ ସିପିଆଇଏମ

ଏଥିସହ ବିଜୁ ସ୍ବାସ୍ଥ୍ୟ କାର୍ଡରେ କୌଣସି ଲୋକ ଉପକୃତ ହୋଇପାରୁନଥିବା ଅଭିଯୋଗ କରାଯାଇଛି। ରାସନ କାର୍ଡ ଯାହାର ରହିଛି । ସେ ହିଁ ଏହି ସ୍ବାସ୍ଥ୍ୟ ବୀମା ପାଇଛି। ଅନ୍ୟ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବାରୁ ସେମାନେ ଏହି ଲାଭ ଉଠାଇ ପାରିନାହାନ୍ତି। ନିର୍ବାଚନ ଥିବାରୁ ସରକାରଙ୍କର ଏହା ଏକ ଚାଲ ବୋଲି କୁହାଯାଇଛି। ପୋଲାଭରମ ପ୍ରକଳ୍ପ ଶେଷ ହେବାକୁ ଯାଉଥିବା ବେଳେ ମାଲାକନଗିରିରେ ବହୁ କ୍ଷୟକ୍ଷତି ହେବ।

ତେବେ ରାଜ୍ୟ ସରକାରଙ୍କ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ତୁନନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଥିଲା। ମୋଟୁ ଅଞ୍ଚଳର ବହୁ ଜଙ୍ଗଲ , ଜମି ଏବଂ ଘରଦ୍ବାରା ପାଣିରେ ବୁଡିଯିବାର ଆଂଶକା ରହିଥିଲେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାଫଳରେ ଲୋକେ ନାହିଁ ନଥିବା ହଇରାଣ ହେବେ। ସେହିପରି ମାଲାକନଗିରି ଜିଲ୍ଲା ଲଘୁ ଖଣିଜରେ ଭରପୁର ରହିଛି। ଏହାକୁ ବାହାର ରାଜ୍ୟର ମାଫିଆମାନେ ଲୁଟ କରିବା ଆରମ୍ଭ କରି ଦେଇଛନ୍ତି।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details