ମାଲକାନଗିରି:ସ୍ବାଭିମାନ ଅଞ୍ଚଳରେ କମ୍ୟୁଟର ଶିକ୍ଷା । ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଏସଏଫ ତରଫରୁ ସ୍ବାଭିମାନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହୋଇଛି । ଯନ୍ତାପାଇଠାରେ ଆନୁଷ୍ଠାନିକ ଭାବେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସଏଫର କମାଣ୍ଡାଣ୍ଟ ଓମ ଶିବ, ସେକେଣ୍ଟ ଇନ କମାଣ୍ଡାଣ୍ଟ ସଂଜୟ ଦାସ, BDO ରଘୁନାଥ ମୁଣ୍ଡାରୀ, ତହସିଲଦାର ଟି.ପଦ୍ମନାଭ ଦୋରା ସମେତ ବିଏସଏଫର ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଦୁର୍ଗମ ଅଞ୍ଚଳରେ ବିଏସଏଫ ନକ୍ସଲ ଦମନ ପାଇଁ କାମ କରିବା ସହ ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି, ଶିକ୍ଷା ଏବଂ ଖେଳ ପ୍ରତି କିପରି ମନ ବଳାଇବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି । ଏଥିସହ ଏହି ଅଞ୍ଚଳରେ ଯୁବକ ଯୁବତୀମାନେ କିପରି ଅନ୍ୟ ସ୍ଥାନକୁ ଭ୍ରମଣ କରି ଶିକ୍ଷା ଲାଭ କରିବେ ସେନେଇ ମଧ୍ୟ ପ୍ରୟାସ କରାଯାଉଛି । ତେବେ ଦୁର୍ଗମ ଅଞ୍ଚଳରେ ପିଲାମାନେ ଯେପରି କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ନହେବେ ସେଥିପାଇଁ ଏହି ପ୍ରୟାସ କରାଯାଇଥିବା କୁହାଯାଇଛି । ଭବିଷ୍ୟତରେ କୌଣସି କାର୍ଯ୍ୟ କରିବାକୁ ହେଲେ କମ୍ପ୍ୟୁଟରର ଆବଶ୍ୟକ ପଡୁଛି । ଏଥିସହ ବଭିନ୍ନ କାର୍ଯ୍ୟ ଏହି ଅଞ୍ଚଳର ଲୋକଙ୍କୁ ସହରକୁ ଯାଇ କମ୍ପ୍ୟୁଟରରେ କାମ କରିବାକୁ ପଡୁଛି । ତେଣୁ ଏଠାରେ ସେସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି BSF ତରଫରୁ କୁହାଯାଇଛି ।