ଓଡିଶା

odisha

ଲାଲଗଡରେ ବିସଏସଏଫ କ୍ୟାମ୍ପ: ଦୂର ହେବ ମାଓ ଭୟ, ଆଗେଇବ ବିକାଶ କାର୍ଯ୍ୟ

By

Published : Feb 9, 2021, 8:04 PM IST

a new bsf camp established in malkangiri
ଲାଲଗଡରେ ବିସଏସଏଫ କ୍ୟାମ୍ପ: ଦୂର ହେବ ମାଓଭୟ, ଆଗେଇବ ବିକାଶ କାର୍ଯ୍ୟ

ମାଓଗଡର ବଣ୍ତାଘାଟି ମୁଦୁଲିପଡ଼ାରେ ନୂତନ ବିଏସଫ କ୍ୟାମ୍ପ ପ୍ରତିଷ୍ଠା । ଦୂର ହେବ ମାଓଭୟ, ଆଗେଇବ ବିକାଶ କାର୍ଯ୍ୟ । ଅଧିକ ପଢନ୍ତୁ...

ମାଲକାନଗିରି:ମାଓଗଡର ବଣ୍ତାଘାଟି ମୁଦୁଲିପଡ଼ାରେ ନୂତନ ବିଏସଫ କ୍ୟାମ୍ପ ସ୍ଥାପନ କରାଗଲା । ବିଏସଏଫ 15 ବାଟାଲିୟନର କୋବ ପ୍ରତିଷ୍ଠା ହୋଇଛି । ଜିଲ୍ଲା SP ରିଷୀକେଶ ଦୟାନନ୍ଦ ଖିଲାରୀଙ୍କ ପ୍ରଚେଷ୍ଟାରେ ଏହି କ୍ୟାମ୍ପ ପ୍ରତିଷ୍ଠା ହୋଇପାରିଛି। ବିଏସଏଫ ଡିଆଇଜି ପି.କେ ମିଶ୍ର,କମ୍ପାନୀ କୋମାଣ୍ଡେଣ୍ଟ ବିକ୍ରମ ଶର୍ମା ଉପସ୍ଥିତ ରହିଥିଲେ। ମାଓ ପ୍ରବଣ ବଣ୍ଡାଘାଟିରେ ଲୋକଙ୍କ ସୁରକ୍ଷା ଓ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ବରାନିତ୍ବ କରିବାପାଇଁ ବିଏସଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି।

ଲାଲଗଡରେ ବିସଏସଏଫ କ୍ୟାମ୍ପ: ଦୂର ହେବ ମାଓଭୟ, ଆଗେଇବ ବିକାଶ କାର୍ଯ୍ୟ

ଅନେକ ଦିନ ହେବ ମାଓବାଦୀଙ୍କ ଭୟ ଯୋଗୁଁ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ତେଣୁ ଏହାକୁ ଆଗକୁ ନେବାପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସେପଟେ, ଏହି ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଲୋକଙ୍କ ମଧ୍ୟରୁ ମାଓ ଭୟ ଦୂର ହେବାସହ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଆଗକୁ ବଢି ପାରିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ABOUT THE AUTHOR

...view details