ଓଡିଶା

odisha

ଅପସ୍ମାର ରୋଗର ନିରାକରଣ ଅଭିଯାନ, ନାରାୟଣପାଟଣାରେ ନୂତନ ଆଶାର ସଞ୍ଚାର

By

Published : Jun 23, 2022, 8:46 PM IST

ଅପସ୍ମାର ରୋଗର ନିରାକରଣ ଅଭିଯାନ, ନାରାୟଣପାଟଣାରେ ନୂତନ ଆଶାର ସଞ୍ଚାର

ଏକ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ହେଉଛି ଅପସ୍ମାର । ଏପିଲେପ୍ସି ନାମରେ ମଧ୍ୟ ଏହି ରୋଗ ପରିଚିତ । ରୋଗର ନିରାକରଣ ତଥା ଚିକିତ୍ସା କରାଇବାକୁ ଅଣ୍ଟା ଭିଡ଼ିଛି କୋରାପୁଟର WORD ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢ଼ନ୍ତୁ

କୋରାପୁଟ: ଅପସ୍ମାର ଏକ ସ୍ନାୟୁଜନିତ ରୋଗ । ଏହି ରୋଗକୁ ନେଇ ଅନେକ ଡାକ୍ତରୀ କିମ୍ବଦନ୍ତୀ ରହିଛି । କିନ୍ତୁ ଏହି ରୋଗର ସଠିକ କାରଣ ଆଜି ଜଣା ପଡ଼ିପାରିନି । ଅଧିକାଂଶ ସ୍ଥାନରେ ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ଭୁଲ୍‌ ଧାରଣା ରହିଛି । ଏହାକୁ କେତେକ ମାନସିକ ରୋଗ ବୋଲି ଧରି ନିଅନ୍ତି । ଏହି ରୋଗକୁ ନେଇ ସଚେତନ କରିବାକୁ ଆଗେଇ ଆସିଛି କୋରାପୁଟର Word ସ୍ବେଚ୍ଛାସେବୀ ସଂଗଠନ ।

ଅପସ୍ମାର ରୋଗର ନିରାକରଣ ଅଭିଯାନ, ନାରାୟଣପାଟଣାରେ ନୂତନ ଆଶାର ସଞ୍ଚାର

ଅପସ୍ମାର ବା ଏପିଲେପ୍ସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରାଇଛି Word ସ୍ବେଚ୍ଛାସେବୀ ସଂଗଠନ । ବ୍ରେକିଂ ଦି ସାଇଲେନ୍ସ ନାମରେ ଅଭିଯାନ ଆରମ୍ଭ କରି ପ୍ରଥମେ କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଅନେକ ଅପସ୍ମାର ରୋଗୀଙ୍କୁ ଚିହ୍ନଟ କରିବା ସହ ଚିକିତ୍ସା ଦାୟିତ୍ବ ନେଉଛି । ଚିକିତ୍ସା ରୋଗୀ ଜଣକ ସୁସ୍ଥ ହେବା ପର୍ଯ୍ୟନ୍ତ ଦାୟିତ୍ବ ନେଉଛି Word ସଂଗଠନ ।

ଅପସ୍ମାରକୁ ନେଇ ଅନେକ ଲୋକ ଏବେବି ସଚେତନ ନାହାନ୍ତି । ତେବେ ଅପସ୍ମାରକୁ ନେଇ ଲୋକଙ୍କ ସଚେତନ କରାଇବା ଆରମ୍ଭ କରିଛି କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ । ନାରାୟଣପାଟଣାର ୫ଟି ପଞ୍ଚାୟତର 68ଟି ଗ୍ରାମରେ ସର୍ଭେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ସର୍ଭେ ମୁତାବକ 72 ଜଣ ମାନସିକ ରୋଗୀଙ୍କ ସହ ୧୯୭ ଅପସ୍ମାର ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗ ଭୟରେ ଅଧିକାଂଶ ଛାତ୍ରଛାତ୍ରୀ ପାଠପଢାରେ ଡୋରି ବାନ୍ଧି ସାରିଲେଣି ।

ଉପାନ୍ତ ଅଞ୍ଚଳରେ ଏଭଳି ରୋଗୀ ଚିକିତ୍ସା ପାଇବାରେ ଅସମର୍ଥ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନେ ଦେଶୀ ଔଷଧ ବା ଗୁଣି ଗାରେଡିରେ ରୋଗ ଭଲ କରିବାକୁ ଚେଷ୍ଟା କରିଥାଆନ୍ତି । ସେମାନଙ୍କୁ କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ ଭ୍ରାମ୍ୟମାଣ ଚିକିତ୍ସା ଯୋଗାଇ ଦେଉଛି । ରୋଗ ଚିହ୍ନଟ କରିବାଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏଁ ଦାୟିତ୍ବ ନେଇଛି ସ୍ବେଚ୍ଛାସେବୀ ସଂଗଠନ ।

ଲକ୍ଷ୍ମୀପୁର ବ୍ଲକ୍‌ରେ ୧୩ଟି ପଞ୍ଚାୟତର ୧୮୪ଟି ଗାଁରୁ ୪୫୦ ଜଣ ମାନସିକ ରୋଗୀ ଓ ଅପସ୍ମାର ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସଠିକ ଔଷଧ ଯୋଗାଇଛି କୋରାପୁଟର ସ୍ବେଚ୍ଛାସେବୀ ସଂଗଠନ । ଫଳରେ ସେମାନେ ଏବେ ସାଧାରଣ ଜୀବନଯାପନ କରି ପାରିଛନ୍ତି । ନାରାୟଣପାଟଣାରେ ମଧ୍ୟ ଏହି ଉପଲବ୍ଧି ହାସଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।

ଅଧିକାଂଶ ଅପସ୍ମାର ଆକ୍ରାନ୍ତ ଡାକ୍ତରୀ ପରୀକ୍ଷା କରାଇ ନଥାନ୍ତି । ଫଳରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମଧ୍ୟ ମିଳିପାରିନଥାଏ । ଉପାନ୍ତ ଅଞ୍ଚଳରେ ଏହି ଚିକିତ୍ସା ଯୋଗାଇ ଦେବାକୁ ଅଣ୍ଟା ଭିଡି଼ଛି Word ସ୍ବେଚ୍ଛାସେବୀ ସଂଗଠନ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details