ଓଡିଶା

odisha

ଅବଧି ପୂର୍ବରୁ ଜେଲରୁ ମୁକ୍ତ ହେଲେ ଦୁଇ କଏଦୀ

By

Published : Aug 15, 2023, 10:00 PM IST

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ମଣ୍ଡଳ କାରାଗାରର ଦୁଇ କଏଦୀଙ୍କୁ ଅବଧି ପୂର୍ବରୁ ମୁକ୍ତ କରାଯାଇଛି । ଅଧିକ ପଢ଼ନ୍ତୁ

two prisoners released from jail
ଜେଲରୁ ମୁକ୍ତ ହେଲେ ଦୁଇ କଏଦୀ

ଜେଲରୁ ମୁକ୍ତ ହେଲେ ଦୁଇ କଏଦୀ

କୋରାପୁଟ: ସାରା ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଆଜାଦୀର ଆଜାଦ ସ୍ବରରେ ପ୍ରକମ୍ପିତ ହେଉଛି ଭାରତ । ଏହି ଅବସରରେ କୋରାପୁଟ ମଣ୍ଡଳ କାରାଗାରରେ ସଜା କାଟୁଥିବା ଦୁଇ କଏଦୀଙ୍କୁ ମୁକ୍ତ କରାଯାଇଛି । ଭାରତ ସରକାରଙ୍କ ପ୍ରଣୀତ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ସ୍ୱତନ୍ତ୍ର ଯୋଜନାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଅନୁମୋଦନ କ୍ରମେ ଦୁଇଜଣ କଏଦୀଙ୍କୁ ସେମାନଙ୍କ ଅବଧି ପୁରୁଣ ହେବା ପୂର୍ବରୁ ମୁକ୍ତ କରି ଦିଆଯାଇଛି ।

ରାଜ୍ୟର ବିଭିନ୍ନ କାରାଗାରରେ ଜଘନ୍ୟ ଅପରାଧ ନକରି କମ ଅବଧିର ଜେଲ ଦଣ୍ଡ ଭୋଗୁଥିବା କଏଦୀ ତଥା ଜେଲ ପରିସରରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଥିବେ ଏବଂ ଦଣ୍ଡ ଅବଧିର ଅଧିକାଂଶ ସମୟ ଅତିବାହିତ କରିସାରିଥିବା ତିନି ଜଣଙ୍କୁ କୋରାପୁଟ ମଣ୍ଡଳ କାରାଗାରରୁ ଖଲାସ କରିବା ପାଇଁ ସରକାରଙ୍କ ଠାରୁ ଚିଠି ଆସିଥିଲା । କିନ୍ତୁ କାରାଗାରରୁ ସରକାରଙ୍କ ପାଖକୁ ଯାଇଥିବା ପ୍ରସ୍ତାବ ଏବଂ ସରକାରଙ୍କ ଠାରୁ ଅନୁମୋଦନ ଚିଠି ଆସିବା ମଧ୍ୟରେ ଜଣେ କଏଦୀଙ୍କ ଜେଲ ଅବଧି ଶେଷ ହୋଇଥିବାରୁ ତାଙ୍କୁ ମୁକ୍ତ କରି ଦିଆଯାଇଥିଲା । ବର୍ତ୍ତମାନ ସୁପାରିଶ ହୋଇଥିବା ଅନ୍ୟ ଦୁଇ କଏଦୀଙ୍କୁ ମଧ୍ୟ ଛଡ଼ାଯାଇଛି । କୋରାପୁଟ ମଣ୍ଡଳ କାରାଗାରରେ ଦଣ୍ଡ ଭୋଗୁଥିବା କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକ ଅନ୍ତର୍ଗତ ଡାଙ୍କରାପଲ୍ଲୀର କୃତିବାସ ଭତ୍ରା ଓ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପି ବାସିନ୍ଦା ଅଙ୍କା କେଲେକାଙ୍କ ନାମକୁ କାରାଗାର କର୍ତ୍ତୃପକ୍ଷ ସୁପାରିଶ କରିଥିଲେ । ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ । ଏହି ଦୁଇଜଣ ଜେଲ ପରିସରରେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଦିଆଯାଉଥିବା ତାଲିମକୁ ଆଗ୍ରହର ସହକାରେ ଶିଖିବାକୁ ଚେଷ୍ଟା କରିଥିଲେ । ତେଣୁ ସ୍ବାଧୀନତା ଦିବସ ଅବସରରେ ଦୁଇ ଜଣଙ୍କୁ ମୁକ୍ତ କରାଯାଇଥିବା ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଜିଲ୍ଲା କାରାଗାରରୁ ମୁକ୍ତ ହେଲେ 3 କଏଦୀ

କାରାଗାରରେ ଅନୁଷ୍ଠିତ ସ୍ବାଧୀନତା ଦିବସରେ ସେମାନଙ୍କୁ ସାମିଲ ହେବାର ସୁଯୋଗ ଦେବା ସହ କର୍ତ୍ତୃପକ୍ଷ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧନା କରିଥିଲେ । ମୁକ୍ତିର ଆନନ୍ଦରେ ଉଭୟଙ୍କ କଣ୍ଠ କୋହରେ ଭରିଯାଇଥିଲା । କରିଥିବା ଅପରାଧର ଶାସ୍ତି ସେମାନେ ପାଇଛନ୍ତି ଓ ପୁଣିଥରେ କୌଣସି ଅପରାଧିକ କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ମଣ୍ଡଳ କାରାଗାରରେ ଦିନ କାଟିଥିବା ଦୁଇ ବର୍ଷ ମଧ୍ୟରେ ଶିଖିଥିବା ଜୀବନ କୌଶଳକୁ ବ୍ୟବହାର କରି ଏକ ସୁସ୍ଥ ସାମାଜିକ ଜୀବନକୁ ଆପଣାଇବେ ବୋଲି କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details