ଜିଲ୍ଲା କାରାଗାରରୁ ମୁକ୍ତ ହେଲେ 3 କଏଦୀ

By

Published : Aug 15, 2023, 9:41 PM IST

thumbnail

କେନ୍ଦୁଝର: ଭାରତ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ସାରା ଭାରତରେ ଆଜି ୭୭ତମ ସ୍ୱାଧୀନତା ଦିବସ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲା କାରାଗାରରୁ ତିନି ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି । ତେବେ କଏଦୀମାନେ ହେଲେ ଘଟଗାଁ ଥାନା ଅନ୍ତର୍ଗତ ଗଜପୁଟୁଳି ଗ୍ରାମର ଜଗନ୍ନାଥ ମୁଣ୍ଡା, ସଦର ଥାନା ଅନ୍ତର୍ଗତ ଖଜୁରିବାହାଲ ଗ୍ରାମର ସମରା ମୁଣ୍ଡା ଏବଂ ପାଟଣା ଥାନା ଅନ୍ତର୍ଗତ ଆହାରପଡା ଗ୍ରାମର ଗୋବିନ୍ଦ ମୁଣ୍ଡା ବୋଲି ଜିଲ୍ଲା କାରାଗାର ପକ୍ଷରୁ ସୂଚନା ଦିଆଯାଇଛି । ଏହି ତିନି ଜଣ ପାରିବାରିକ ବିବାଦ ଯୋଗୁଁ ହତ୍ୟାକାଣ୍ଡ କରି ୩୦୪ ଦଫାରେ ସଜା ଭୋଗୁଥିଲେ । ସମସ୍ତଙ୍କ ସଜା ୭ବର୍ଷରୁ କମ ଥିଲା । ତେବେ ଜେଲ୍‌ ରହଣି ମଧ୍ୟରେ ତିନି ଜଣଙ୍କ ଆଚରଣରେ ସୁଧାର ଯୋଗୁଁ ତାଙ୍କୁ ମୁକ୍ତି କରିବା ପାଇଁ ଜେଲ ପକ୍ଷରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ସ୍ୱତନ୍ତ୍ର ସ୍ବୀକୃତି ପ୍ରଦାନ କରାଯାଇ ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତେବେ ଖଲାସ ପୂର୍ବରୁ ସେମାନଙ୍କୁ ପୂନର୍ବାର ପରିବାର ସହ ସୁଖମୟ ଜୀବନଯାପନ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେମାନେ  ଜେଲ୍ରୁ‌ ଖଲାସ ହେବା ସମୟରେ ଜେଲ୍‌ ଅଧିକ୍ଷକ କୁଅଁର ମାରାଣ୍ଡି, ଜେଲ୍‌ର ମନଶ୍ୱିନୀ ନାୟକ, କାରାମଙ୍ଗଲ ଅଧିକାରିଣୀ ପୂଜା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.