ଓଡିଶା

odisha

Maoists Killed: SOG ଓ BSFର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ

By

Published : Nov 11, 2022, 9:16 PM IST

Updated : Nov 11, 2022, 9:40 PM IST

Maoists Killed: SOG ଓ BSFର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ

SOG ଓ BSF ର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ । ତିନୋଟି ବନ୍ଧୁକ ସହ ଜିଲେଟିନ,ଆଇଡି ଓ ମାଓ ପୁସ୍ତକ ଏବଂ ଗଞ୍ଜେଇ ବସ୍ତା ଜବତ। ଅଧିକ ପଢନ୍ତୁ

କୋରାପୁଟ: ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟଣା । ବୋଇପାରିଗୁଡା ବ୍ଲକ ଅନ୍ତର୍ଗତ ମାଳି ପଦର ଜଙ୍ଗଲରେ ପୋଲିସର ଗୁଳି ବିନିମୟରେ 2ଜଣ ମାଓବାଦୀ ନିହତ । ପୋଲିସ ପକ୍ଷରୁ ଚଢାଉ ବେଳେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା । ଘଟଣା ସ୍ଥଳରୁ ମାଓ ସାମଗ୍ରୀ ସହିତ କିଛି ଅବକାରୀ ପଦାର୍ଥ ଜବତ ହୋଇଥିବା ସୂଚନା ମିଳିଛି ।

Maoists Killed: SOG ଓ BSFର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ

ସୂଚନା ଅନୁଯାୟୀ, ରାମଗିରି ଫାଣ୍ଡି ଠାରୁ 12 କିଲୋମିଟର ଦୂର ରେ ଥିବା ଏହି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିଲା। ଏନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା। ଏନେଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି ତାସହ ୩ ଟି ବନ୍ଧୁକ ,୧ଟି ଟିଫିନ ବୋମା, ମାଓ ସାମଗ୍ରୀ, ପୋଷାକ, ୫ ଟି ଡିଟୋନେଟର, ବିଦ୍ୟୁତ ତାର, ମୋବାଇଲ ଚାର୍ଜର, ତେଲୁଗୁ, ହିନ୍ଦି, ଓଡିଆ ପୁସ୍ତକ ଜବତ କରିଛି । ଏଥିସହ ଗୁରୁବାର ମଧ୍ୟବର୍ତ୍ତୀ ରାତିରେ ଅପରେସନ୍ ପାର୍ଟି ମାଲିପଦର ଗାଁ ପରିସରରେ 10 ରୁ15 ମାଓବାଦୀ ଥିବା ସୁରକ୍ଷା ବାହିନୀ ଦେଖିବାକୁ ପାଇଥିଲେ । ଅନ୍ୟପଟେ ପୋଲିସ ର ଉପସ୍ଥିତି ଜାଣି ମାଓବାଦୀନେ ଅତର୍କିତ ଭାବେ କୁମ୍ବିଂ ଅପରେସନରେ ଥିବା SOG ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । SOG ଟିମ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା ।

ତେବେ ଏନେଇ ଗୁଳି ମାଡରେ ୨ ଜଣ ଅଜ୍ଞାତ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ତଦନ୍ତ ଜାରି ରହିଛି ବୋଲି ଡିଆଇଜି ସୂଚନା ଦେଇଛନ୍ତି । ଅଜଣା ମାଓବାଦୀଙ୍କ ମୃତଦେହ ୭୨ ଘଣ୍ଟା ରଖାଯିବ ଓ ଦାବିଦାର ନ ଆସିଲେ ସରକାରଙ୍କ ନିୟମାନୁଯାୟୀ ମୃତଦେହ ସତ୍କାର କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଙ୍କ ସମେତ ବୈପାରିଗୁଡା ୧୫୧ ବିଏସଏଫ ବାଟାଲିୟନର କମାଣ୍ଡେଣ୍ଟ ଉପସ୍ଥିତ ଥିଲେ।

ଏନେଇ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି," SOG ଓ BSF ଟିମ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ କରୁଥିଲା । ସେହି ସମୟରେ ସେମାନେ ମାଓବାଦୀ କ୍ୟାମ୍ପ ଦେଖିଲେ । ଏନେଇ ଓଡିଶା ପୋଲିସ ଚ୍ୟାଲେଞ୍ଜ କଲେ ମାତ୍ର ସେପଟୁ ଗୁଳି ବିନିମୟ ହେଲା । SOG ଟିମ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା । ଏପରି 15 ରୁ 20ମିନିଟ ଗୁଳି ବିନିମୟ ଚାଲିଥିବା ବେଳେ 2ମାଓଙ୍କ ମୃତ୍ୟୁ ହୋଇଛି ।"

ଇଟିଭି ଭାରତ, କୋରାପୁଟ

Last Updated :Nov 11, 2022, 9:40 PM IST

ABOUT THE AUTHOR

...view details