ଓଡିଶା

odisha

କୋଟିଆରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବ ଆଦାନୀ କମ୍ପାନୀ ! ଅଞ୍ଚଳବାସୀ ଛାନିଆ

By

Published : Sep 20, 2022, 12:50 PM IST

କୋଟିଆ ପଞ୍ଚାୟତରେ ଆଦାନୀ କମ୍ପାନୀର କର୍ମକର୍ତ୍ତାଙ୍କ ମିଳିତ ସର୍ଭେ

କୋଟିଆ ପଞ୍ଚାୟତର ନେରେଡିବାଲାସାଠାରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ କର୍ମଚାରୀଙ୍କ ସମେତ ଆଦାନୀ କମ୍ପାନୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ମିଳିତ ସର୍ଭେ କରାଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

କୋରାପୁଟ: କୋଟିଆ ପଞ୍ଚାୟତର ଜଳ ବିଦ୍ୟୁତ୍ ପ୍ରକଳ୍ପ (Hydropower project) ସ୍ଥାପନ କରିବା ପାଇଁ ମିଳିତ ସର୍ଭେ । ନେରେଡିବାଲାସାଠାରେ ଓଡିଶା ଓ ଆନ୍ଧ୍ର ସରକାର କର୍ମଚାରୀଙ୍କ ସମେତ ଆଦାନୀ କମ୍ପାନୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ନେଇ ସର୍ଭେ ହୋଇଯାଇଛି । ତେବେ ସୂଚନା ଅନୁଯାୟୀ, କୋଟିଆ ପଞ୍ଚାୟତରେ ଜଳ ଶକ୍ତିର ଉପଲବ୍ଧି ପାଇଁ ଭୁବନେଶ୍ବରରୁ ରାଜ୍ୟ ସରକାରଙ୍କ କିଛି ଅଧିକାରୀଙ୍କ ଏହା ଏକ ସାଧାରଣ ଗସ୍ତ ଥିଲା ।

କୋଟିଆ ପଞ୍ଚାୟତରେ ଆଦାନୀ କମ୍ପାନୀର କର୍ମକର୍ତ୍ତାଙ୍କ ମିଳିତ ସର୍ଭେ

ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ର ଅଧିକାରୀ କହିଛନ୍ତି । ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ଅଧିକାରୀଙ୍କ ଦ୍ଵାରା ତାଙ୍କ ରାଜ୍ୟର ସାମ୍ବାଦିକଙ୍କୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଟିମ୍‌ରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନର ଜେନେରାଲ ମାନେଜର ଏଲ୍. ଡି.ବେହେରା ଓ ଅହମଦାବାଦରୁ ଆସିଥିବା ଆଦାନୀ ଗ୍ରୁପର ଜଣେ ଡିଜିଏମ ଆବାସଙ୍କ ସହିତ କୋରାପୁଟ ଜିଲ୍ଲାର କିଛି ଅଧିକାରୀ ନେରେଡିବାଲାସା ଓ ପାଖଆଖ ଅଞ୍ଚଳରେ ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଘୁରି ବୁଲୁଥିଲେ ।

ତେବେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଅଧିକାରୀଙ୍କ ସହିତ ଆଦାନୀ ଗ୍ରୁପ ଅଫ କମ୍ପାନୀର ବରିଷ୍ଠ କର୍ମକର୍ତ୍ତାଙ୍କୁ ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି । ତେବେ ଗତ ବର୍ଷ ଅଗଷ୍ଟ ମାସରେ ଆନ୍ଧ୍ରପ୍ରଦେଶର ନବ ଗଠିତ ଜିଲ୍ଲାରେ 1200 ୱାଟ୍‌ର ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ଓ ଆଦାନୀ ଗ୍ରୁପ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷର ହୋଇଥିଲା । ତାର କିଛି ମାସ ପରେ ନଭେମ୍ବର ମାସରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ବୈଠକର ସଂପୂର୍ଣ୍ଣ ଓ ବାସ୍ତବ ତଥ୍ୟ ଏ ପର୍ଯ୍ୟନ୍ତ ଜଣାପଡି ନଥିଲେ ବି ତା ପରେ କୋଟିଆ ପଞ୍ଚାୟତର ପନିକି, ନେରେଡିବାଲାସା, ତଳ ଗଞ୍ଜେଇପଦର ଓ ଗଲିଗବ୍ଦର୍ ଜଳପ୍ରପାତ ନିକଟରେ ଆନ୍ଧ୍ର ଅଧିକାରୀ ଓ ଜଳ ବିଦ୍ୟୁତ୍ ଯୋଜନା ସଂକ୍ରାନ୍ତୀୟ ବିଶେଷଜ୍ଞଙ୍କ ଗତିବିଧିରେ ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ ତଳିଆ ଅଞ୍ଚଳ ଓ ଉପର ଅଞ୍ଚଳରେ ଗ୍ରାମ କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଦେଖି ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶର ବାମଦଳ ଏହି ଅଞ୍ଚଳରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କରିବାକୁ ବିରୋଧ କରିଥିଲେ । ତେବେ ଆଜି ପୁଣିଥରେ ଦୁଇ ରାଜ୍ୟ ଓ ଆଦାନୀ ଗ୍ରୁପର ଅଧିକାରୀଙ୍କୁ ଏକାଠି ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details