ଓଡିଶା

odisha

ପୁସ୍ତକ ରଚନା କରି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ

By

Published : Sep 23, 2021, 3:12 PM IST

ପୁସ୍ତକ ରଚନା କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ
ପୁସ୍ତକ ରଚନା କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ ()

ପୁସ୍ତକ ରଚନା କରି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ । ଇଂରାଜୀ ପୁସ୍ତକ ‘15 ସାଇଣ୍ଟିଫିକ ସିକ୍ରେଟ୍ସ ଅଫ ୟୋର ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡ’ ବର୍ତମାନ କୋରାପୁଟର ଯୁବକ କେଦାର ପଣ୍ଡାଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ପାଠକ ମହଲରେ ବେଶ ଆଦୃତ କରାଇପାରିଛି । ଅଧିକ ପଢନ୍ତୁ...

କୋରାପୁଟ: ମଣିଷର ଭାବନା, ପରିକଳ୍ପନା, ସମ୍ଭାବନା ଓ ସମସ୍ୟାକୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗିରେ ଦେଖିପାରିଲେ ଜୀବନ ଚରିତାର୍ଥ ହୋଇଉଠେ । ଏହିପରି କିଛି ମର୍ମକୁ ନେଇ ରଚିତ ଇଂରାଜୀ ପୁସ୍ତକ ‘15 ସାଇଣ୍ଟିଫିକ ସିକ୍ରେଟ୍ସ ଅଫ ୟୋର ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡ’ ବର୍ତମାନ କୋରାପୁଟର ଯୁବକ କେଦାର ପଣ୍ଡାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପାଠକ ମହଲରେ ବେଶ ଆଦୃତ କରାଇ ପାରିଛି ।

ପୁସ୍ତକ ରଚନା କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜିଲେ କୋରାପୁଟ ଯୁବକ

ଶ୍ରୀ ପଣ୍ଡା ନିଜ ଜୀବନର ସଂଘର୍ଷ ଓ ସେଥିରୁ ଗ୍ରହଣ କରିଥିବା ଶିକ୍ଷାକୁ ଆଧାର କରି ଏହି ପୁସ୍ତକ ରଚନା କରିଥିବା ଜଣାଇଛନ୍ତି। ଏହି କାର୍ଯ୍ୟରେ ଆଗେଇବା ପାଇଁ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଗବେଷଣା କରୁଥିବା କିଛି ବିଶିଷ୍ଟ ଗବେଷକଙ୍କୁ ଗୁରୁ ଭାବେ ଗ୍ରହଣ କରିବା ସହ ଶତାଧିକ ବ୍ୟକ୍ତିଙ୍କ ସହ ଚର୍ଚ୍ଚା କରି ଏହି ପୁସ୍ତକକୁ ସମସ୍ତଙ୍କ ଜୀବନରେ ଏକ ବହୁ ଉପଯୋଗୀ ଉପହାର ଭାବେ ଗଢିତୋଳିଥିବା ଶ୍ରୀ ପଣ୍ଡା ଜଣାଇଛନ୍ତି । କୋରାପୁଟ ସହରର ଏକ ଅତି ସାଧାରଣ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଶ୍ରୀ ପଣ୍ଡା ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ନିଜ କାର୍ଯ୍ୟ କୁଶଳତାକୁ ନେଇ ସୁନାମ ଅର୍ଜନ କରିଛନ୍ତି ।

କୋରାପୁଟର ସନ୍ତାନ ଆଜି ଏପରି ଏକ ଉଚ୍ଚ ସ୍ତରରେ ପହଞ୍ଚି ପାରିଥିବା ଘଟଣାକୁ ନେଇ ଶ୍ରୀ ପଣ୍ଡାଙ୍କ ମା' ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ହୋଇଥିବା ଜଣାଇଛନ୍ତି । ତେବେ ଏହି ପୁସ୍ତକର ସଫଳତା ପରେ ବର୍ତ୍ତମାନ ଆଉ ପାଞ୍ଚଟି ପୁସ୍ତକ ରଚନାରେ ନିଜକୁ ନିୟୋଜିତ କରିଥିବା ଶ୍ରୀ ପଣ୍ଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details