ଓଡିଶା

odisha

ମନ୍ଦିର ମାଳିନୀ ସହରର ଘୃଣ୍ୟ ଦୃଶ୍ୟ, ରାଜଧାନୀରେ ଦେହ ଦଲାଲଙ୍କ ଉତ୍ପାତ

By

Published : Nov 22, 2022, 11:00 AM IST

ରାଜଧାନୀରେ ଦେହ ଦଲାଲଙ୍କ ଉତ୍ପାତ

ରାଜଧାନୀର ରାସ୍ତା କଡ଼ରେ ଦେହ ବ୍ୟବସାୟ । ନିଶାର ଆସର ସହ ଦେହଜୀବୀଙ୍କୁ ନେଇ ବେପାର । ହାଇସିକ୍ୟୁରିଟି ଜୋନ୍‌ରେ ଚାଲିଛି ଏଭଳି କାରବାର । ଶେଷରେ ସୀମା ଟପିଲା ଦେହ ଦଲାଲଙ୍କ ଉତ୍ପାତ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର:ରାଜଧାନୀର ରାସ୍ତା କଡ଼ରେ ଦେହ ବ୍ୟବସାୟ । ନିଶାର ଆସର ସହ ଦେହଜୀବୀଙ୍କୁ ନେଇ ବେପାର । ହାଇସିକ୍ୟୁରିଟି ଜୋନରେ ଚାଲିଛି ଏଭଳି କାରବାର । ଶେଷରେ ସୀମା ଟପିଲା ଦେହ ଦଲାଲଙ୍କ ଉତ୍ପାତ । ରାସ୍ତା କଡ଼ରେ ଗ୍ରାହକ ଓ ଦେହ ଦଲାଲଙ୍କ ମଧ୍ୟରେ ଗଣ୍ଡଗୋଳ । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଏଭଳି କାରବାରକୁ ବିରୋଧ କରିଛନ୍ତି । ହେଲ ପରିସ୍ଥିତି ଅଣାୟତ ହେବାରୁ ପହଞ୍ଚିଥିଲା କମିଶନରେଟ୍ ପୋଲିସ ।

ରାଜଧାନୀରେ ଦେହ ଦଲାଲଙ୍କ ଉତ୍ପାତ

ସେଠାରେ ଉଭୟ ଦଲାଲ ଓ ମହିଳାଙ୍କୁ ଉଠାଇ ନେଇଥିଲା କ୍ୟାପିଟାଲ ଥାନା ପୋଲିସ । ସୂଚନା ମୁତାବକ ସବୁ ଦିନ‌ପରି ଏୟାରପୋର୍ଟ ଛକରେ ଲାଗି ରହିଥିଲା ଗହଳି । ରାସ୍ତା ଉପରେ ଥିବା ମଦ ଦୋକାନ ପଛପଟ କଡରେ ଚାଲୁଥିଲା ଅନୈତିକ କାରବାର । ଏୟାରପୋର୍ଟକୁ ଯିବା ରାସ୍ତାର ଅନ୍ଧାରିଆ ସ୍ଥାନରେ ଏପରି କାରବାର ଚଲାଉଥିଲେ ଦେହ ଦଲାଲ । କିଛି ମହିଳା ଓ ଯୁବତୀଙ୍କୁ ଆଣି ଖୁଲମଖୁଲା କରୁଥିଲେ ବେପାର । ଗ୍ରାହକଙ୍କୁ ଆକୃଷ୍ଟ କରି ଚଲାଉଥିଲେ ଏପରି କାରବାର । ଏପରିକି ମଦ୍ୟପାନ ସହ ଅନ୍ଧାର ଭିତରେ ଜମୁଥିଲା ନିଶାର ଆସର । ଯାହାକୁ ଅନେକ ସମୟରେ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ । ଦଲାଲଙ୍କ ଉତ୍ପାତ ଯୋଗୁଁ କେହି ସାମ୍ନାକୁ ଆସୁନଥିଲେ‌ । ହେଲେ ଜଣେ ମହିଳାଙ୍କୁ କିଛି ଦେହ ଦଲାଲ ମାଡ଼ ମାରୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏନେଇ ପୋଲିସକୁ ଖବର ଦେଇଥିଲେ ନିକଟସ୍ଥ ଲୋକେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଏହି କାରବାର ସମ୍ପର୍କରେ ଜାଣି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ହେଲେ ପୋଲିସକୁ ଦେଖି ଦେହ ଦଲାଲ ଓ କିଛି ମହିଳା ଖସି ପଳାଇଥିଲେ । କିନ୍ତୁ ହାବୁଡରେ ପଡ଼ିଯାଇଥଲେ ଜଣେ ମହିଳା । ତେବେ ମହିଳାଙ୍କ ପାଖରେ ପୋଲିସ ପହଞ୍ଚି ପଚରାଉଚରା କରିଥିଲା । ପୋଲିସର କଥା ଶୁଣି ମହିଳା ଜଣକ ଉତକ୍ଷୀପ୍ତ ହୋଇ ଉଠିଥିଲେ । ଏହାସହ ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏପରିକି ପାଟିତୁଣ୍ଡ ବି କରିଥିଲେ।

ଏହାସହ ସେଠାରେ କାରବାର ଚଳାଉଥିବା ମହୁମାଛି ଓ ଦେହ ଦଲାଲ ଏନେଇ ତାଣ୍ଡବ ମଚାଇଥିଲେ‌ । ପୋଲିସ ଉପସ୍ଥିତିରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଲୋକଙ୍କୁ ନାଲି ଆଖି ଦେଖାଇଥିଲେ‌ । ଏହାପରେ କ୍ୟାପିଟାଲ ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପିସିଆର ସେମାନଙ୍କୁ ଥାନାକୁ ଆଣିଥିଲା । ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ‌। ସେପଟେ ପୋଲିସର ଏଭଳି ଚୁପ୍ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପରିକି ନିଜକ ସୁରକ୍ଷିତ ବୋଲି ଭାବୁ ନାହାଁନ୍ତି ସ୍ଥନୀୟବାସୀ । ଅନ୍ୟପକ୍ଷରେ ଏଠାରେ ଖୁଲମଖୁଲା ଭାବେ ଦେହ ବେପାର ଚାଲୁଥିବାରୁ ପିଲାଙ୍କ ଉପରେ ବି କୁପ୍ରଭାବ ପଡୁଛି । ତେଣୁ ପୋଲିସ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details