ଓଡିଶା

odisha

ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଇସ୍ପାତ ନଗରୀରୁ ରାଜଧାନୀ ଆସିଲେ ଛାତ୍ରଛାତ୍ରୀ

By

Published : May 28, 2023, 8:58 PM IST

ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟ

ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ରାଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିବା ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଉରକେଲାର ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର: ରାଉରକେଲା ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଇସ୍ପାତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହାତରେ ବ୍ୟାନର ଧରି ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ । ରାଉରକେଲା ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟ ୫୦ରୁ ଊର୍ଦ୍ଧ୍ବ ଛାତ୍ର ଆଣିଛନ୍ତି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପକ ପ୍ରସନ୍ନ କୁମାର ଭୋଇ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି ।

ଛାତ୍ରଛାତ୍ରୀ କହିଛନ୍ତି ଅଧ୍ୟାପକ ପ୍ରସନ୍ନ କୁମାର ଭୋଇଙ୍କ ନାନା ଦୁର୍ନିତୀରେ ଲିପ୍ତ ଅଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କଲେଜ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଯେପର୍ଯ୍ୟନ୍ତ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ବିକ୍ଷୋଭକାରୀ ଛାତ୍ରଙ୍କ ପକ୍ଷରୁ ଦୁଇ ଦିନର ମହଲତ ଦିଆଯାଇଛି । ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ସମୂହ ଆମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନରତ ଛାତ୍ର ସ୍ମାରକ ପତ୍ର ଦେଇଛନ୍ତି । ଆମର ସରକାରଙ୍କ ଉପରେ ବିଶ୍ବସ ରହିଛି । ସରକାର ସମସ୍ୟାକୁ ଗୁରୁତ୍ୱ ସହକାରେ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ତେବେ ମହାବିଦ୍ୟାଳୟର ଛାତ୍ରନେତା ରାଘବେନ୍ଦ୍ର ଠାକୁର କହିଛନ୍ତି, "ମହାବିଦ୍ୟାଳୟର ଅନେକ ଦୁର୍ନୀତିରେ ଘାଣ୍ଟି ହେଉଛନ୍ତି ଅଧ୍ୟାପକ । ଛାତ୍ରୀ ନିର୍ଯାତନାଠାରୁ ଆରମ୍ଭ କରି ଦୁର୍ନିତୀ ମାମଲାରେ ଅଧ୍ୟାପକ ରହିଛନ୍ତି । ୨୦୨୦ ମସିହାରେ ଅଧ୍ୟାପକ ଏକ ଘରୋଇ ଟ୍ୟୁସନ କରୁଥିବା ସମୟରେ ଧରା ପଡିଥିଲେ । କିନ୍ତୁ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏପଟେ ସେହି କଲେଜର ଏକ ଝିଅକୁ ମଧ୍ୟ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ମାନସିକ ଭାବରେ ନିର୍ଯାତନା ଦିଆଯାଉଥିଲା । ଶେଷରେ ଛାତ୍ରୀ ଏହି ନିର୍ଯାତନା ସହି ନପାରି ନିଜ ଷ୍ଟ୍ରିମ୍‌ ବଦଳାଇଥିଲେ । ଏନେଇ ଛାତ୍ରୀ ଜଣକ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ ଅଧ୍ୟାପକଙ୍କ ବିରୋଧରେ କିଛିବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାସହ କଲେଜ୍‌ରେ ଅନେକ ଫଣ୍ଡ୍‌ରେ ହେର୍‌ଫେର୍‌ ମଧ୍ୟ କରିଛନ୍ତି ଅଧ୍ୟାପକ । ତେବେ ଆଗାମୀ ଦିନରେ ଯଦି ଅଧ୍ୟାପକ ପ୍ରସନ୍ନ କୁମାର ଭୋଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଛାତ୍ରଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details