ଓଡିଶା

odisha

‘ସୁରଭି’ର ଦ୍ବିତୀୟ ଦିନ, ଆକର୍ଷଣ ସାଜିଲା 'ଛାୟା ମିଳିତ ଜାତିସଂଘ'

By ETV Bharat Odisha Team

Published : Nov 15, 2023, 10:58 PM IST

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିନ। ଏହି ଅବସରରେ ପ୍ରଦର୍ଶିତ ହେଲା 'ଛାୟା ମିଳିତ ଜାତିସଂଘ'। ଅଧିକ ପଢନ୍ତୁ

shishu mahotsav surabhi
shishu mahotsav surabhi

ଭୁବନେଶ୍ବର:ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ବିତୀୟ ଦିନ। ଏହି ଅବସରରେ ପ୍ରଦର୍ଶିତ ହେଲା 'ଛାୟା ମିଳିତ ଜାତିସଂଘ'। ‘ମିଟ୍ ଦ ପର୍ସନାଲିଟି’ରେ ସଫଳତାର କାହାଣୀ କହିଲେ ବିଶିଷ୍ଟ ବ୍ୟକ୍ତିବିଶେଷ। ଆସନ୍ତାକାଲି ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନେ ଖୁବ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜର ପ୍ରତିଭାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି । ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ଛାୟା ମିଳିତ ଜାତିସଂଘ’। ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି ।

ଏହା ବି ପଢନ୍ତୁ...ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପ୍ରୟାସ, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ପ୍ରମିଳା ମଲ୍ଲିକ, ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, UNICEFର କ୍ଷେତ୍ର ଅଧିକାରୀ ଉଇଲିୟମ୍ ହ୍ୟାଣ୍ଡଲନ୍ ପ୍ରମୁଖ ଯୋଗ ଦେଇଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ପାଇଁ ଆୟୋଜିତ ମଧ୍ୟ ହୋଇଥିଲା ‘ମିଟ୍ ଦ ପର୍ସନାଲିଟି’। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡି଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଲପତି ଡା. ଦତ୍ତେଶ୍ୱର ହୋତା, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଓଡି଼ଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଓଡି଼ଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ଅଭିନେତା ସବ୍ୟସାଚୀ ମିଶ୍ର, ଚଳିତ ଓଡି଼ଶା ପ୍ରଶାସନିକ ସେବା ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଓ ଚଳିତ ମାଟ୍ରିକ ପରୀକ୍ଷାରେ ଟପର୍ ଥିବା ସୁଶ୍ରୀ ଶ୍ରେୟାଶ୍ରୀ ଜେନା ପ୍ରମୁଖ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ।

ଏହା ବି ପଢନ୍ତୁ...ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2023 ସମାପନ

ଏହା ବି ପଢନ୍ତୁ...ନୂଆପଡ଼ାରେ ଶିଶୁ ଉତ୍ସବ ସୁରଭି 2023, ‘ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟ’

ତେବେ ଆସନ୍ତାକାଲି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଶିଶୁ ମହୋତ୍ସବ ‘ସୁରଭି’ରେ ସାମିଲ ହୋଇ ନିଜର ପ୍ରତିଭାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦଯାପନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details