ETV Bharat / state

ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2023 ସମାପନ

author img

By ETV Bharat Odisha Team

Published : Nov 8, 2023, 6:32 AM IST

ରାୟଗଡାରେ ଶେଷ ହୋଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2023 । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 11ଟି ବ୍ଲକର 363 ଜଣ ଛାତ୍ର ଓ 55 ସହାୟକ ଶିକ୍ଷକ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକରୁ 36 ଜଣ ଲେଖାଏଁ ଉପସ୍ଥିତ ଥିଲେ। ଅଧିକ ପଢ଼ନ୍ତୁ

ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2023 ସମାପନ
ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2023 ସମାପନ

ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2023 ସମାପନ

ରାୟଗଡା: ରାୟଗଡ଼ାରେ ଶେଷ ହୋଇଛି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2023 । ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର 11ଟି ବ୍ଲକର 363 ଜଣ ଛାତ୍ର ଓ 55 ଜଣ ସହାୟକ ଶିକ୍ଷକ ସାମିଲ ହୋଇଥିଲେ ।

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - 2023 ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର 11ଟି ବ୍ଲକର 363 ଜଣ ଛାତ୍ର ଓ 55 ଜଣ ସହାୟକ ଶିକ୍ଷକ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକରୁ 36 ଜଣ ଲେଖାଏଁ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବକ୍ରୃତା, ବିତର୍କ, ସାଧାରଣ ଜ୍ଞାନ, ସଙ୍ଗୀତ, ଚିତ୍ରାଙ୍କନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ 13ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାଗୁଡିକରେ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆଗାମୀ 11 ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ତେବେ ରାଜ୍ୟ ସରକାରଙ୍କ ଏହି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଗୁଣର ବିକାଶ ସହ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିପାରୁଥିବା ନେଇ ଅତିଥିମାନେ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ନୂଆପଡ଼ାରେ ଶିଶୁ ଉତ୍ସବ ସୁରଭି 2023, ‘ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟ’

ସେହିପରି ମିଲେଟ୍‌ ମିଶନ ପ୍ରତିଯୋଗିତାରେ 3 ଜଣ କୃତି ଛାତ୍ରଛାତ୍ରୀ ରାଜ୍ୟ ସ୍ତରକୁ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ତେବେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ୍ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ସୁରଭି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି ଯୋଗ ଦେଇଥିଲେ । ତେବେ ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଏହାର ସଭାପତିତ୍ବ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଭଜନ ଲାଲ୍ ମାଝି, ରାୟଗଡ଼ା ବ୍ଲକ୍ ବିଇଓ ସୁଦିପ୍ତ କୁମାର ଦାସ ଓ ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ମଞ୍ଚାସିନ ଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ଦଶମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ । ଆଜିର ଏହି ସୁରଭି-୨୦୨୩ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ରାୟଗଡ଼ା ଜିଲ୍ଲା ଜିସିଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାୟଗଡା ବିଇଓ ସୁଦିପ୍ତ କୁମାର ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଶୋକ ଦାଶ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.