ଓଡିଶା

odisha

ଆଜିଠୁ ପ୍ରାକ୍ଟିକାଲ ପରୀକ୍ଷା, 2ଟି ସିଟି୍ଂରେ ହେବ ଏକ୍ସଜାମ୍

By

Published : Jan 31, 2023, 5:49 PM IST

Updated : Feb 1, 2023, 9:50 AM IST

plus two practical exam

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚୂଡାନ୍ତ ପ୍ରସ୍ତୁତି । ଅଧିକ ପଢନ୍ତୁ

ଭୁବନେଶ୍ବର:ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଚୂଡାନ୍ତ ପ୍ରସ୍ତୁତି କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର , ଉତ୍ତର ଖାତା ସହ ଟାଇମ୍ ଟେବୁଲ ପଠାଇ ଦିଆଯାଇଛି । ଏନେଇ ଏକ୍ସଟ୍ରନାଲମାନଙ୍କୁ ଚିଠି କରାଯାଇଛି । 9ଟା 30ରୁ ଛାତ୍ର ଛାତ୍ରୀମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ 10ଟାରୁ ଆରମ୍ଭ ହୋଇ ଦିନ 1ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ 2ଟାରୁ ଆରମ୍ଭ ହୋଇ 5ଟା ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନ ରେ ଫିଜିକ୍ସ, ବଟାନୀ, ଜ୍ୟୁଲୋଜି, କେମେଷ୍ଟ୍ରି, ଇନଫରମେସନ୍ ଟେକ୍ନୋଲୋଜୀ, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ଦେବେ।

ସେହିପରି ଅନ୍ୟପଟେ ବାଣିଜ୍ୟରେ ଆକାଉଣ୍ଟାସି, ବିଏମ୍ଏସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ। କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଜୁକେଶନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପ୍ରାକ୍ଟିକାଲ ପରୀକ୍ଷା ନେଇ ବିଜେବି କଲେଜ ପ୍ରସ୍ତୁତ ଥିବା ବେଳେ ସମସ୍ତ ଲ୍ୟାବକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ବିଜେବିରେ ବିଜ୍ଞାନରେ ୫୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।

ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା। ଅନ୍ୟପଟେ ଆସନ୍ତାକାଲି ଆରମ୍ଭ ହେବ ପ୍ରାକ୍ଟିକାଲ ପରୀକ୍ଷା। ତେବେ ଥିଓରି ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଦୀର୍ଘ ୧୯ ଦିନ ଧରି ଚାଲିବ ଥିଓରୀ ପରୀକ୍ଷା। ତେବେ ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇ ପରୀକ୍ଷା ୧୦ ତାରିଖ ମଧ୍ୟରେ ଶେଷ ହେବ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା। ସମସ୍ତ ପରୀକ୍ଷା ସକାଳ ୧୦ଟା ସମୟ ରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଏହି ପରୀକ୍ଷାରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ପ୍ରାର୍ଥୀମାନେ ପରୀକ୍ଷା ଆରମ୍ଭର 30 ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ପରୀକ୍ଷାରେ ପ୍ରବେଶ କରିବା 15 ମିନିଟ୍ ପୂର୍ବରୁ ସେମାନଙ୍କୁ ଦିଆଯାଇଥିବା ସିଟ୍ ଦଖଲ କରିବାକୁ ହେବ । ସିସିଟିଭି ଅଧିନରେ ରହିଛି ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ର । ସମସ୍ତ ସିସିଟିଭି କାର୍ଯ୍ୟକ୍ଷମ ହେଉଥିବା ଆବଶ୍ୟକ । ତେବେ ମୋଟ ଆକାରରେ ୨ ଲକ୍ଷ୍ୟ ୩୨ ହଜାର ୬୪୪ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନ ରେ ୯୩ ହଜାର ୭୩୦ ଓ ସେହିପରି ବାଣିଜ୍ୟ ରେ ୨୪ ହଜାର ୨୪୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୨୯। ତେବେ ମୋଟ ୩ ଲକ୍ଷ ୫୬ ହଜାର ୪୪୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଛନ୍ତି ରେଗୁଲାରରେ ୩ଲକ୍ଷ ୩୮ ହଜାର ୭୪୭, ଏକ୍ସ ରେଗୁଲାରରେ ୧୭ ହଜାର ୭୦୨ ଜଣ । ଏହାଛଡା ମୋଟ ରେଜିଷ୍ଟ୍ରେସନ କରିଛନ୍ତି ୩ଲକ୍ଷ ୭୫ ହଜାର ୮୬୬ ଜଣ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 1, 2023, 9:50 AM IST

ABOUT THE AUTHOR

...view details