ଓଡିଶା

odisha

ଓଡ଼ିଆରେ ନାମ ଫଳକ ନିୟମକୁ ବିରୋଧୀଙ୍କ ତାତ୍ସଲ୍ୟ, ପାଣିର ଗାର କହିଲେ ବିରୋଧୀ

By

Published : Apr 7, 2023, 9:47 PM IST

ଏଣିକି ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ଆଦିରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ହେବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ତେବେ ଏହାକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଦଣ୍ଡବିଧାନ ଅଭାବରୁ ଲୋକେ ମାନୁନାହାନ୍ତି କହିଲେ ବରିଷ୍ଠ ଭାଷାବିତ । ଅଧିକ ପଢ଼ନ୍ତୁ

ଓଡ଼ିଆରେ ନାମ ଫଳକ ନିୟମକୁ ବିରୋଧିଙ୍କ ତାତ୍ସଲ୍ୟ
ଓଡ଼ିଆରେ ନାମ ଫଳକ ନିୟମକୁ ବିରୋଧିଙ୍କ ତାତ୍ସଲ୍ୟ

ଓଡ଼ିଆରେ ନାମ ଫଳକ ନିୟମକୁ ବିରୋଧିଙ୍କ ତାତ୍ସଲ୍ୟ

ଭୁବନେଶ୍ବର: ଏଣିକି ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ । ନହେଲେ ଦେବାକୁ ପଡିବ ଜୋରିମାନା । ଏଭଳି କଡା ନିୟମ ଆଣିଛନ୍ତି ରାଜ୍ୟ ସରକାର । ଯଦିଓ ବହୁ ବର୍ଷ ପୂର୍ବରୁ ଏ ନିୟମ ରହିଛି, ହେଲେ ଦଣ୍ଡ ବିଧାନ କୋହଳ ହେବାରୁ ନିୟମକୁ କାର୍ଯ୍ୟକାରୀ କରିବାରେ ଅଣଦେଖା କରୁଛନ୍ତି ବ୍ୟବସାୟୀ ମାନେ । ତେବେ ପ୍ରତ୍ୟେକ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ଆଦିରେ ଓଡ଼ିଆ ଭାଷାରେ ଫଳକ ଲେଖା ହେବ । ନେହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ଆଣିଥିବା ଆଇନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଭାଷାବିତ ଓ ବିରୋଧି ।

ତେବେ ଏନେଇ ବରିଷ୍ଠ ଭାଷାବିତ ପ୍ରଦ୍ୟୁମ୍ନ ଶତପଥି କହିଛନ୍ତି, "ଦଣ୍ଡବିଧାନ ହେଉନାହିଁ ବୋଲି ଏଭଳି ହେଉଛି । ଏହି ନିୟମ ନୂଆ ନୁହେଁ, ପୁରୁଣା ମଦ ନୂଆ ବୋତଲ ସଦୃଶ । ୧୯୫୬ ମସିହାରେ ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ଅଧିନିୟମ ରହିଛି । ଏହି ନିୟମ ଅନୁସାରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ମାରିବା ବାଧ୍ୟତାମୂଳକ । ଯେଉଁମାନେ ନଲେଖୁଛନ୍ତି, ସେମାନଙ୍କ ଉପରେ ଦଣ୍ଡବିଧାନ ହେବାର ନିୟମ କାର୍ଯ୍ୟକାରୀ ହେଉନାହିଁ । ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନକଲେ ଆଇନ ପ୍ରଣୟନ କରିବେ ନାହିଁ । ସରକାରୀ ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ୫୫ ହଜାର ପ୍ରତିଷ୍ଠାନ ପଞ୍ଜିକରଣ କରିଛନ୍ତି । ହେଲେ କେହି ଓଡ଼ିଆରେ ଲେଖୁନାହାଁନ୍ତି । ଘୋଷଣା, ଆଚରଣ ଭିତରେ ସୀମିତ ରହିଯାଉଛି । ସଚେତନତାର ଆବଶ୍ୟକତା ରହିଛି ଏହି ନିୟମ ।"

ସେହିଭଳି ସରକାରଙ୍କ ଏହି ନିୟମକୁ ନେଇ କଟାକ୍ଷ କରିଛନ୍ତି ବିରୋଧି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ପଢି ପାରୁନାହାଁନ୍ତି କି କହି ପାରୁନାହାନ୍ତି । ସେ କଣ କରିବେ । ବହୁ ପୂର୍ବରୁ ଏଭଳି ନିୟମ ହୋଇଛି । ହେଲେ କେହି ମାନୁ ନାହାନ୍ତି । ପୂର୍ବରୁ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବହୁତ ଚେଷ୍ଟା କରିଥିଲେ । ହେଲେ ଏହି ନିୟମ ବେଶିଦିନ ଚାଲି ପାରିଲା ନାହିଁ ।" ଏହା ସବୁ ଡ୍ରାମା, ପାଣିର ଗାର ସଦୃଶ ବୋଲି କହିଛନ୍ତି ସୁର ।

ଏହା ମଧ୍ୟ ପଢ଼ନ୍ତୁ...Odia Signboards Mandatory: ଓଡିଆ ନାମଫଳକ ବାଧ୍ୟତାମୂଳକ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ସେପଟେ ବିଜେପି ମଧ୍ୟ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ନେତା ଦିଲ୍ଲୀପ ମଲିକ କହିଛନ୍ତି, "ଓଡିଶା ସରକାରଙ୍କ ଆନ୍ତରିକତାର ଅଭାବ ରହିଛି । ଓଡିଶା ଭାଷାର ଉନ୍ନତି ହେଉ, ଏହା ଚାହୁଁନାହାନ୍ତି ସରକାର । ପ୍ରଶାସନିକ କ୍ଷେତ୍ରରେ ବାସ୍ତବତା ନାହିଁ । ବାରମ୍ବାର ନୋଟିସ ଦେଲେ ହେବନାହିଁ । ବରଂ ଗୋଟିଏ ଥର ନୋଟିସ କରି ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଏହାର ପାଳନ କରିବେ ଲୋକେ ।" ତେବେ ବିରୋଧିଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଆଇନ ଉଲଙ୍ଘନକାରୀଙ୍କ ବିରଧରେ ସରକାର କେଉଁ ପ୍ରକାର କାର୍ଯ୍ୟାନିଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details