ଭୁବନେଶ୍ବର:କ୍ୟାନ୍ସର ଏକ ମାରାତ୍ମକ ଦୁରାରୋଗ । ଏହି ରୋଗ ଅନେକ ପରିବାରକୁ ଛାରଖାର ଦେଇ ଦେଇଛି । ଅବେଳରେ ଅଦିନରେ ଅନେକ ଜୀନବ ଦୀପ ଲିଭି ଯାଇଛି । ଏହି ରୋଗ ବିଳମ୍ବରେ ଚିହ୍ନଟ ହେଲେ ବଞ୍ଚିବା ସମ୍ଭାବନା କ୍ଷୀଣ ହୋଇଯାଏ । ତେବେ ବର୍ତ୍ତମାନ କ୍ୟାନ୍ସରକୁ ନେଇ ଭୟ କରିବାର କିଛି ନାହିଁ । ସଚେତନ ହୋଇ ପାରିଲେ କ୍ୟାନ୍ସରକୁ ହରା ଯାଇପାରିବ । ଏବେ ମାତ୍ର 4 ଘଣ୍ଟାରେ କ୍ୟାନ୍ସର ରୋଗ ଚିହ୍ନଟ ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ଯୁବ ବୈଜ୍ଞାନିକ ଡାକ୍ତର ପ୍ରୀତମ କୁମାର ପଣ୍ଡା ।
କ୍ୟାନ୍ସର ହେଉ ଅବା ଅନ୍ୟ ଯେ କୌଣସି ରୋଗ ଖୁବଶୀଘ୍ର ବାଓଇଫୋମାଟିକ ଟେକ୍ନୋଲୋଜି ସାହାଯ୍ୟରେ ଏହାର ଚିହ୍ନଟ ହୋଇପାରିବ । ରକ୍ତ ନମୁନାରୁ ହିଁ ରୋଗ ବିଷୟରେ ଜଣାଇବ । ଆଉ ଏଭଳି ଏକ ନୂଆ ଟେକ୍ନୋଲୋଜିରେ ଅନ୍ୟ ବିକଶିତ ଦେଶ ସହ ଜର୍ମାନରେ ରହିଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଓଡ଼ିଆ ଯୁବ ବୈଜ୍ଞାନିକ ପ୍ରୀତମ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରରେ ଜନ୍ମିତ ପ୍ରୀତମ ସ୍କୁଲ ଓ କଲେଜ ପାଠପଢ଼ା ପରେ ପ୍ରଥମେ ବିଜେବି ପରେ ଉତ୍କଳ ବିଶ୍ୱବିଦ୍ୟାଳରେ ବାଓଟେକ୍ନୋଲୋଜିରେ ମାଷ୍ଟର ଡିଗ୍ରୀ କରିଥିଲେ ପରେ ସ୍ବେଡେନରେ PhD ଲାଭ କରିଥିଲେ । ଆଉ ସେଇଠି ରହି ବାଓଇଫୋମାଟିକ ଟେକ୍ନୋଲୋଜିରେ ଗବେଷଣା କରିଥିଲେ । ଏହି ଗବେଷଣାକୁ ନେଇ ସେ ଅନେକ ଦେଶ ଯାଇଥିବା ବେଳେ ବର୍ତ୍ତମାନ ସେ ଜର୍ମାନ କ୍ୟାନ୍ସସର ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟରତ ଅଛନ୍ତି । ଯେଉଁଠି କି ସେ ବିଶେଷ ଭାବେ କ୍ୟାନ୍ସସର ଉପରେ ଗବେଷଣା କରୁଛନ୍ତି ।