ଓଡିଶା

odisha

ଗୋବିନ୍ଦ ସାହୁଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି: BJP

By

Published : Dec 20, 2022, 6:46 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଏନେଇ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ

bjp on mamita meher murder case accused death
bjp on mamita meher murder case accused death

bjp on mamita meher murder case accused death

ଭୁବନେଶ୍ବର:ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି । ଅପରାଧିମାନଙ୍କୁ ନେଇ ଏ ସରକାର । ଯିଏ ଅପରାଧୀ ତାକୁ ଏଠି କାୟା ଓ ଛାୟା ମିଳେ । ନବୀନ ବାବୁ ନିଜେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ସେ ସରକାରଙ୍କ ପାଇଁ ସବୁ କାମ କରୁଥିଲେ ଗୋବିନ୍ଦ ସାହୁ ପାଖରେ ସବୁ ତଥ୍ୟ ଥିଲା ତାଙ୍କୁ ଆତ୍ମ ହତ୍ୟା କରିବାକୁ ବାଧ୍ୟ୍ୟ କରାଯାଇଥିବା ସାମ୍ବିହିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟ ବିଜେପି ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

ବିଜେପି ରାଜ୍ୟ ସଭାନେତ୍ରୀ ଆହୁରି କହିଛନ୍ତି, ''ଏ ସରକାର ଅପରାଧୀଙ୍କ ସରକାର, ଆଗରୁ ମାହାଙ୍ଗାରେ ଦିବ୍ୟ ସିଂହ ବରାଳ ଓ ଅନ୍ୟ ଜଣଙ୍କୁ ହତ୍ୟା କରାଯିବାରେ ମୁଖ୍ୟ ଅଭିଯୁକ୍ତକୁ ମାରି ଦିଆଗଲା । ପ୍ରତାପ ଜେନାଙ୍କୁ କ୍ଲିନ ଚିଟ ମିଳିବା ଲାଗି ତଥ୍ୟ ଲୁଚାଗଲା । ଏଠି ସେମିତି 3 ଜଣ ପୂର୍ବତନ ମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ଲାଗି ଏହି ହତ୍ୟା କରାଯାଇଛି । ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି, ଏବଂ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଯାଇଛି। ତାହା ମଧ୍ୟ ହତ୍ୟା ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।


ଏହା ବି ପଢନ୍ତୁ... ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ

ଜେଲରେ ଗୋବିନ୍ଦ ସାହୁକୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଯାଇଛି । ମମିତା ମେହେର ମାମଲାରେ ବହୁ ବଡବଡିଆ ସଂପୃକ୍ତି ଅଛି । ଆମେ ପୂର୍ବତନ ମନ୍ତୀ ଅରୁଣ ସାହୁ, ପ୍ରତାପ ଜେନା ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି କଥା ଅଭିଯୋଗ କରିଥିଲୁ । ଏବେ ସତ ଲୁଚାଇବାକୁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ସତ ଲୁଚାଇବାକୁ ଏମିତି କରାଯାଇଛି ନଚେତରେ ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।

ସେପଟେ ଗୋବିନ୍ଦ ମୃତ୍ୟୁ ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଗୋବିନ୍ଦ ମରିଛନ୍ତି ନା ତାକୁ ମାରି ଦିଆଯାଇଛି ତାର ତଦନ୍ତ ହେଉ । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଡିଆଇଜି । ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା ତଦନ୍ତ କରିବା ନେଇ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details