ETV Bharat / state

ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ

author img

By

Published : Dec 20, 2022, 11:34 AM IST

Updated : Dec 20, 2022, 12:51 PM IST

Gobinda Sahu dies by suicide
ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଜେଲ ଭିତରେ ଆତ୍ମହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ

ଜୀବନ ହାରିଲେ ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ

ବଲାଙ୍ଗୀର: ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ଆଜି ସେ JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ ଜୀବନ ହାରିଛନ୍ତି ଗୋବିନ୍ଦ ସାହୁ । ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏ ନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ଜେଲ କର୍ତ୍ତୃପକ୍ଷ କିପରି ନଜର ରଖିନଥିଲେ ତାହାକୁ ନେଇ ପ୍ରଶ୍ମ ଉଠିଛି ।

ବଲାଙ୍ଗୀର କଣ୍ଟାବାଞ୍ଜି ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ସକାଳୁ ଗୋବିନ୍ଦର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । ଜେଲ କର୍ତ୍ତୃପକ୍ଷ ଗୋବିନ୍ଦଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିବା ବେଳେ ସେଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜେଲ୍‌ ମଧ୍ୟରେ ସେ କେମିତି ଆତ୍ମହତ୍ୟା କଲା ତାହା ଏବେ ତଦନ୍ତ ସାପେକ୍ଷ୍ୟ । ବର୍ତ୍ତମାନ ଏହି ମାମଲା ଆଗକୁ କେଉଁ ମୋଡ଼ ନେବ ତାହା ଅସ୍ପଷ୍ଟ ହୋଇଛି । ଏହି ମାମଲା ରାଜ୍ୟ ରାଜନୀତିରେ ହଇଚଇ ପରିସ୍ଥିତି ସୃଷ୍ଟି କରିଥିଲା । ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଅସୁସ୍ଥତା କାରଣରୁ ଜାମିନ ପାଇଥିଲା ଗୋବିନ୍ଦ ।

ଏହା ବି ପଢନ୍ତୁ...Mamita Murder Case: ନରସିଂହଙ୍କ ଓକିଲାତି ଉପରେ ଉଠିଲା ପ୍ରଶ୍ନ, ଖସି ଯିବେ ସରକାର କହିଲେ ମୋହନ

ତେବେ ଗତ ଅକ୍ଟୋବର ମାସ 8 2021 ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ 17 ଅକ୍ଟୋବର 2021ରେ ଗିରଫ କରିଥିଲା ।

ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର 19 ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ଆଜି(ମଙ୍ଗଳବାର) ସେ ଜେଲ୍‌ରେ ଆତ୍ମହତ୍ୟା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ବଲାଙ୍ଗୀର ଏସ୍‌ପି ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ପରେ ସାତ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 20, 2022, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.