ETV Bharat / state

Mamita Murder Case: ନରସିଂହଙ୍କ ଓକିଲାତି ଉପରେ ଉଠିଲା ପ୍ରଶ୍ନ, ଖସି ଯିବେ ସରକାର କହିଲେ ମୋହନ

author img

By

Published : Apr 20, 2022, 8:39 AM IST

Mamita Murder Case
Mamita Murder Case

ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଏକ ପ୍ରକାର ଦିଗହରା । ଏ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ । ନିକଟରେ ପୋଲିସର ତଦନ୍ତ ଦିଗହରା ହେଉଥିବାର ଅଭିଯୋଗ ଆଣି ମମିତାଙ୍କ ପାଇଁ 84 ବର୍ଷ ବୟସରେ କଳା କୋର୍ଟ ପିନ୍ଧି ଓକିଲାତି କରିଥିଲେ । ଅଧିକ ପଢନ୍ତୁ

କେନ୍ଦୁଝର: ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ଏକ ପ୍ରକାର ଦିଗହରା । ଏ ପର୍ଯ୍ୟନ୍ତ ମମିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ । ନିକଟରେ ପୋଲିସର ତଦନ୍ତ ଦିଗହରା ହେଉଥିବାର ଅଭିଯୋଗ ଆଣି ମମିତାଙ୍କ ପାଇଁ 84 ବର୍ଷ ବୟସରେ କଳା କୋର୍ଟ ପିନ୍ଧି ଓକିଲାତି କରିଥିଲେ । ତାଙ୍କ ବିପକ୍ଷରେ ତାଙ୍କ ପୁଅ ସରକାରୀ ଓକିଲ ଭାବେ ଲଢୁଛନ୍ତି । ବାପପୁଅଙ୍କ ପ୍ରତିପକ୍ଷ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏଭିଳି ସ୍ଥିତିରେ ସରକାର ଖସି ଯିବା ନେଇ କହିଛନ୍ତି ବିଜେପି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

Mamita Murder Case

ସେ ଆହୁରି କହିଛନ୍ତି, ନରସିଂହ ମିଶ୍ର ବହୁ ସମୟରେ ସରକାରଙ୍କୁ ସୁହାଇବା କାର୍ଯ୍ୟ କରୁଥିବା ନଜିର ରହିଛି । ବିଧାନସଭାରେ ନରସିଂହ ମିଶ୍ର ସରକାରଙ୍କୁ ସୁହାଇଲା ଭଳି ପ୍ରସଙ୍ଗ ଉପସ୍ଥାପନ କରନ୍ତି । ଫଳରେ ସରକାର ସହଜରେ ଖସି ଯାଆନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଏ ଘଟଣାରେ ବାପାପୁଅ ମିଶି ପ୍ରତିପକ୍ଷ ମିଶି ଲଢୁଛନ୍ତି ଯାହାର ଫାଇଦା ନେବେ ସରକାର ଓ ଆରାମରେ ଖସି ଯିବେ । ଫଳରେ ଜନସାଧାରଣ ଓ ମମିତାଙ୍କ ପରିବାର ନ୍ୟାୟ ପାଇ ପାରିବେ ନାହିଁ ।

ଏହା ବି ପଢନ୍ତୁ...Mamita Murder Case: ତଦନ୍ତ ଦିଗହରା ଅଭିଯୋଗ, ୮୪ ବର୍ଷରେ କଳାକୋର୍ଟ ପିନ୍ଧିଲେ ନରସିଂହ

ନ୍ୟାୟ ପ୍ରଦାନ ବଦଳରେ କେସର ସ୍ଥାୟୀତ୍ବ ନେଇ ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ମମିତାକୁ ନ୍ୟାୟ କେବଳ ବିଜେପି ହିଁ ଦେଇପାରିବ ବୋଲି ମୋହନ ମାଝୀ । ଏନେଇ ଭାରତୀୟ ଜନତା ପାର୍ଟି ସ୍ବତନ୍ତ୍ର ଯୋଜନା କରିଛନ୍ତି । ସରକାର ଦୋଷୀକୁ ଯେଉଁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବିଜେପି କେବେ ଏହାକୁ ଗ୍ରହଣ କରିବ ନାହିଁ । ବିଜେପି ମମିତାଙ୍କୁ ନ୍ୟାୟ ଦେବାକୁ ନିଶ୍ଚିନ୍ତ ଲଢେଇ କରିବା ବୋଲି କହିଛନ୍ତି ମୋହନ ମାଝୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.