ଓଡିଶା

odisha

ଲକ୍ଷ୍ୟ ସାଧାରଣ ନିର୍ବାଚନ: ଡିଜିଟାଲ ପ୍ରଚାର ଓ ତୃଣମୂଳରୁ ସଂଗଠନକୁ ସୁଦୃଢ କରୁଛି ଛାତ୍ର ବିଜେଡି

By

Published : May 19, 2023, 7:22 AM IST

ବିଜେଡିର ସାଂଗଠନିକ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଛାତ୍ର ବିଜେଡି ବୈଠକ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଛାତ୍ର ବିଗ୍ରେଡକୁ ପରାମର୍ଶ । ଅଧିକ ପଢନ୍ତୁ

ଛାତ୍ର ବିଜେଡି ବୈଠକ
ଛାତ୍ର ବିଜେଡି ବୈଠକ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରୁଛି ବିଜେଡି । ଏନେଇ ଛାମୁଆ ସଂଗଠନ ଛାତ୍ର ବିଜେଡିକୁ ସକ୍ରିୟ କରିଛି ଦଳ । ଦିନକୁ ଦିନ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ଵ ବଢୁଛି । ଏହି ପରିପ୍ରେକ୍ଷୀରେ ଗତକାଲି (ଗୁରୁବାର) ଛାତ୍ର ବିଜେଡିର କର୍ମକର୍ତ୍ତାଙ୍କ ଭୂମିକା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଭିସି ମାଧ୍ୟମରେ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିକାଶର କାର୍ଯ୍ୟଧାରା ଏବଂ ନବୀନ ଓଡ଼ିଶା ନିର୍ମାଣର ନୂତନ ପ୍ରତିଛବି ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବ ଛାତ୍ର ବିଜେଡି । ଜନକଲ୍ୟାଣକାରୀ ଯୋଜନା BSKY, ୫-ଟି ସ୍କୁଲ ରୂପାନ୍ତିକରଣ, ସ୍ବାସ୍ଥ୍ୟ ଏବଂ ଗମନାଗମନ ସୁବିଧା ଓ ସୁବ୍ୟବସ୍ଥା ସମ୍ପର୍କରେ ଛାତ୍ର ବ୍ରିଗେଡ ଡିଜିଟାଲ କ୍ୟାମ୍ପେନ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି ।

ସେହିପରି ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ଲଢେଇ ପାଇଁ ଏକ ପ୍ରମୁଖ ସୈନିକ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହ ସଂଗଠନକୁ ସୁଦୃଢ ଓ ଜୋନ କମିଟି ଖୁବଶୀଘ୍ର ଗଠନ କରି ତୃଣମୂଳ ସ୍ତରରେ କର୍ମକର୍ତ୍ତାଙ୍କୁ ଅଧିକ ସକ୍ରିୟ କରିବା ନିମନ୍ତେ ଆଲୋଚନା କରଯାଇଛି । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଜେଡି ମିଡିଆ ସେଲ ମୁଖ୍ୟ ସ୍ଵୟଂ ପ୍ରକାଶ ମହାପାତ୍ର ପ୍ରମୁଖ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ଏବଂ ଡିଜିଟାଲ ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ ଭାବେ ତ୍ଵରାନିତ କରିବା ଏବଂ ନବୀନ ଓଡ଼ିଶା ନିର୍ମାଣର ପ୍ରତିଛବିକୁ ସମସ୍ତଙ୍କ ସମ୍ମୁଖରେ ଅବଗତ କରାଇବାରେ ଆମ ସମସ୍ତଙ୍କ ପ୍ରମୁଖ ଭୂମିକା ରହିବା ଆବଶ୍ୟକ ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ଡିଜିଟାଲ ପ୍ରଚାର ମାଧ୍ୟମରେ ପହଞ୍ଚାଇବା ଓ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସମ୍ପର୍କରେ ଅବଗତ କରାଇବା ଦିଗରେ ପ୍ରତ୍ୟେକ ଛାତ୍ର ବିଜେଡି କର୍ମକର୍ତ୍ତା ପ୍ରମୁଖ ମାଧ୍ୟମ ସାଜିବେ । ଆଗମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ କରିବା ସହ ଓଡ଼ିଶା ବିକାଶ କରିବାର ସୁଯୋଗ ପ୍ରଦାନ କରିବା ନିମନ୍ତେ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଏକ ପ୍ରମୁଖ ଭୂମିକା ବହନ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ । ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି ସମେତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଏବଂ ସମସ୍ତ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details