ଓଡିଶା

odisha

Covid Restriction: ବଳଦେବଜୀଉରେ ୧୪୪ ଧାରା, ମକର ବେଢା ବୁଲିପାରିଲେନି ଭକ୍ତ

By

Published : Jan 14, 2022, 4:31 PM IST

Covid Restriction :ମକର ସଂକ୍ରାନ୍ତିରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିଲେନି ଭକ୍ତ
Covid Restriction :ମକର ସଂକ୍ରାନ୍ତିରେ ବଳଦେବଜୀଉଙ୍କୁ ଦର୍ଶନ କରିପାରିଲେନି ଭକ୍ତ ()

ଫିକା ପଡିଲା ମକର ସଂକ୍ରାନ୍ତି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ କେବଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି । କୋରୋନା ପାଇଁ ବଳଦେବଜୀଉଙ୍କୁ ଦର୍ଶନ କରିପାରିଲେନି ଭକ୍ତ । ଅଧିକ ପଢନ୍ତୁ

କେନ୍ଦ୍ରାପଡା: କୋରୋନା ପାଇଁ ଫିକା ପଡିଲା ମକର ସଂକ୍ରାନ୍ତି । ଦେବାଳୟରେ ନାହିଁ ଭକ୍ତଙ୍କ ଗହଳି । କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ କେବଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ମନ୍ଦିର ପରିସରର ୫୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଯାହା ୧୫ ତାରିଖ ସକାଳ ୯ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ବଳଦେବଜୀଉରେ ୧୪୪ ଧାରା, ଦର୍ଶନ କରିପାରିଲେନି ଭକ୍ତ

ମକର ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ପରମ୍ପରା ଅନୁଯାୟୀ, ମକର ସଂକ୍ରାନ୍ତି ଦିନ କୃଷକ ମାନେ ଅମଳ ଧାନକୁ କ୍ଷେତରୁ ଆଣି ଖଳାରେ ରଖି ପୂଜାର୍ଚ୍ଚନା କରିଥାନ୍ତି। ନୂଆ ଚାଉଳ, ଛେନା, କ୍ଷୀର, କଦଳୀ ଓ ନଡ଼ିଆ ଆଣି କୃଷି ଓ କୃଷକର ପ୍ରତୀକ ଠାକୁର ବଳଦେବଜୀଉଙ୍କ ଠାରେ ଲାଗି କରାଇଥାନ୍ତି ।

ଏହିଦିନ ବହୁ ଲୋକେ ମନ୍ଦିର ଆସି ଆସି ମକର ବେଢା ଦେଖିବା ସହ ବୁଲିଥାନ୍ତି। ଏହା କରିବା ଦ୍ବାରା ପୂର୍ବ ପୁରୁଷଙ୍କ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହା ବ୍ୟତୀତ ଏହି ମକର ସଂକ୍ରାନ୍ତିର ଏଠାରେ ଅନ୍ୟ ଏକ ପରମ୍ପରା ମଧ୍ୟ ରହିଛି ।

ମହାଲକ୍ଷ୍ମୀ ପୌଷ ମାସ ଧନୁ ସଂକ୍ରାନ୍ତିରେ ବାପଘରକୁ ଯାଇଥାନ୍ତି । ମକର ସଂକ୍ରାନ୍ତିରେ ମନ୍ଦିରକୁ ଫେରିଥାନ୍ତି। ବାପଘରୁ ୮୪ ପ୍ରକାର ଖାଦ୍ୟପେୟ ଆଣିଥାନ୍ତି। ମକର ସଂକ୍ରାନ୍ତି ଦିନ ୮୪ ପ୍ରକାର ବ୍ୟଞ୍ଜନ ବଳଦେବଜୀଉ ଓ ଜଗନ୍ନାଥଙ୍କ ପାଖରେ ପରଷିଥାନ୍ତି । ସେଥିପାଇଁ ବଳଦେବଜୀଉଙ୍କ ସ୍ୱତନ୍ତ୍ର ନିତୀ ସବୁ ଆଜି ଭୋରୁ ପହଡ଼ ଫିଟାଯାଇ ଅନୁଷ୍ଠିତ କରାଯାଇଥାଏ। ଏହାଛଡା ଶ୍ରୀଜୀଉଙ୍କୁ ଅପରାହ୍ନରେ ମକର ବେଢ଼ା ପରିକ୍ରମା କରାଯାଇ ଚାରୋଟି ପଡାର ମୁରବି ମାନଙ୍କୁ ବସାଯାଇ ଏହି ବ୍ୟଞ୍ଜନମାନ ଅର୍ପଣ କରାଯାଉଥିବା ବିଧି ରହିଛି।

କୋଭିଡ କଟକଣା ପାଇଁ ମନ୍ଦିରର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଥିବାରୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ୫ଶହ ମିଟର ଦୂରରୁ ରହି କିଛି ଭକ୍ତ ବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି । ସମଗ୍ର ବିଶ୍ୱରୁ କୋଭିଡ ଦୂରେଇ ଦେବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଉପ ଜିଲ୍ଲାପାଳ ମନ୍ଦିର ବାହାରେ ଉପସ୍ଥିତ ରହି କୋଭିଡ କଟକଣା କିଭଳି ପାଳନ ହେଉଛି ସେନେଇ ନଜର ରଖିଛନ୍ତି । ମନ୍ଦିର ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details