ଓଡିଶା

odisha

ଠକାମୀର ଅଭିନବ ଫଣ୍ଡା; ପୁରସ୍କୃତ କରାଇଦେବା ନାଁରେ ଠକେଇ, ବାନ୍ଧିଲା ପୋଲିସ

By

Published : Nov 13, 2021, 10:56 PM IST

Kendrapara Police

ପୋଲିସ ପଞ୍ଝାରେ ଠକ ନଂ420 । କେନ୍ଦ୍ରାପଡା ସମେତ ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଜଗତସିଂହପୁର ଆଦି ସ୍ଥାନରୁ ବହୁ ନାମିଦାମୀ ସଂସ୍ଥା ମାନଙ୍କରୁ ପୁରସ୍କୃତ କରାଇଦେବା ନାଁ କହି ଠକୁ ଥିଲା ଠକ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ପୋଲିସ ପଞ୍ଝାରେ ଠକ ନଂ420 । କେନ୍ଦ୍ରାପଡା ସମେତ ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ଜଗତସିଂହପୁର ଆଦି ସ୍ଥାନରୁ ବହୁ ନାମିଦାମୀ ସଂସ୍ଥା ମାନଙ୍କରୁ ପୁରସ୍କୃତ କରାଇଦେବା ନାଁ କହି ଠକୁ ଥିଲା ଠକ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟ କରୁଥିଲା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ଭରତପୁର ଗାଁର ଅବିନାଶ ସାମଲ।

ଠକାମୀର ଅଭିନବ ଫଣ୍ଡା; ପୁରସ୍କୃତ କରାଇଦେବା ନାଁରେ ଠକେଇ, ବାନ୍ଧିଲା ପୋଲିସ

ଗତ ଜୁଲାଇ ମାସରେ କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପଢ଼ୁଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ +୩ ମେଧାବୀ ଛାତ୍ରଙ୍କୁ ପୁରସ୍କୃତ ଓ ଛାତ୍ରବୃତ୍ତି କରାଇ ଦେବା ନାଁ କହି ଏହି ଠକ ଜଣଙ୍କ ୧ଲକ୍ଷ ୫୯ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ବରର ଏକ ଘରୋଇ ଅନୁଷ୍ଠାନରୁ ସମ୍ବର୍ଦ୍ଧନା ପତ୍ର ଆଣି ଦେଇଥିଲେ। ତେବେ ଏହି ପ୍ରମାଣପତ୍ର ଜାଲ ବୋଲି ଜଣାପଡିବା ପରେ ଛାତ୍ରଜଣଙ୍କ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି କେନ୍ଦ୍ରାପଡା ସଦର ପୋଲିସ ଅଭିଯୁକ୍ତ ଅବିନାଶ ଉପରେ ନଜର ରଖିଥିବା ବେଳେ ଗତକାଲି ରାତିରେ ବାଲିଚନ୍ଦ୍ରପୁର ପୋଲିସ ସହାୟତାରେ ଭରତପୁରରେ ଚଢାଉ କରି ଅଭିଯୁକ୍ତ ଅବିନାଶକୁ ଗିରଫ କରିବା ସହ ତା ନିକଟରୁ ନଗଦ ୨୦ ହଜାର ଟଙ୍କା, ଦୁଇଟି କମ୍ପ୍ୟୁଟର, ପ୍ରିଣ୍ଟର ଜବତ କରିବା ସହିତ ୧୦ ରୁ ଉର୍ଦ୍ଧ୍ବ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜାଣିବାକୁ ପାଇଛି। ସୂଚନାଯୋଗ୍ୟ ଅଭିଯୁକ୍ତ ଅବିନାଶ ଗତ ୨୦୧୬-୧୭ମସିହାରେ ଦୂରଦର୍ଶନରେ ପ୍ରସାରିତ ହୋଇଥିବା "କ୍ରୀଡା ଓ କ୍ରୀଡାବିତ"କାର୍ଯ୍ୟକ୍ରମରେ ଆଙ୍କର ଭାବେ କାମ କରିଥିବା ବେଳେ ଅନେକ ସମୟରେ ନିଜକୁ ଦୁରଦର୍ଶନର ସାମ୍ବାଦିକ ବୋଲି ପରିଚୟ ଦେଇ ଲୋକଙ୍କୁ ଚୂନ ଲଗାଇଥିବା ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସଦର ଥାନା ଆଇଆଇସି।

କେବଳ ସେତିକି ନୁହେଁ ଅଲିମ୍ପିକ କ୍ରୀଡା ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ କରାଇବା ସହ ଧାର ସୂତ୍ରରେ ୨ ଲକ୍ଷ ଟଙ୍କା ନେଇ ଫେରସ୍ତ କରିନଥିବା କହିଛନ୍ତି ଜଣେ ଜୀବନବୀମା ନିଗମର ଏଜେଣ୍ଟ। ଏହି ରାକେଟରେ ଏକାଧିକ ବ୍ୟକ୍ତି ସଂଶ୍ଳିଷ୍ଟ ଥିବା କୁହାଯାଉଥିବା ବେଳେ ସଦର ପୋଲିସ ଅବିନାଶ ହିଁ ଏକମାତ୍ର ଅଭିଯୁକ୍ତ ବୋଲି କହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details