ଓଡିଶା

odisha

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରେସମିଟ

By

Published : Sep 16, 2021, 4:18 PM IST

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରେସମିଟ

କେନ୍ଦ୍ରାପଡା ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପରେ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରେସବାର୍ତ୍ତା । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପରେ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରେସବାର୍ତ୍ତା। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟାଜଳ ଆସିଥିବାବେଳେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏକ ବଡ଼ ବନ୍ୟାର ମୁକାବିଲା ପାଇଁ କରାଯାଇଛି । ଜିଲ୍ଲାରେ ଦୁଇଟି ODRAF ଓ NDRF ଟିମ ମହଜୁଦ ରହିଥିବାବେଳେ ସମସ୍ତ ଅଗ୍ନିଶମ କାର୍ଯ୍ୟାଳୟ ଗୁଡିକୁ ଆଲର୍ଟ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ଟିମ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରେସମିଟ

ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାକକନିକା ଆଦି ବ୍ଲକରେ ବନ୍ୟା ଜନିତ ସମସ୍ତ ପ୍ରକାରର ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି ବୋଲି କହିବା ସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details